Home Posts tagged ODISHA (Page 98)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୫/୧୦ : (ମଙ୍ଗଳବାର )ଅପରାନ୍ହ ୪ ଘଟିକା ସମୟରେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ୮ ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୫ ର ଜ଼ିଲ୍ଲା ସ୍ତରୀୟ ଉତ୍ସବ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି ।ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ସମସ୍ତ ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଉକ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ Continue Reading
Odisha News
ନୂଆପଡ଼ା, ୧୫/୧୦ : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ବୁଧବାର ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ଏହା ସହିତ ଅନ୍ୟ ରାଜ୍ୟ ଯଥା ଜାମ୍ମୁ କଶ୍ମୀର, ତେଲେଙ୍ଗାନା ଓ ଝାରଖଣ୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ଚାରି ଜଣଙ୍କ ନାମ ମଧ୍ୟ ଘୋଷଣା କରିଛି ।ଆସନ୍ତାକାଲି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ […]Continue Reading
Odisha News
ପୁରୀ , ୧୫/୧୦ : ଦୀପାବଳି ପାଳନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ କରିବାକୁ କହିଛି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି ।ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୧୪/୧୦ : ଗତ ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇ ଆସୁଥିବା ପୋଷଣ ମାସ -୨୦୨୫ ଉପଲକ୍ଷେ ଆଜି ଏକ ସାଧାରଣ ସଭା ଓ ବିଭିନ୍ନ ପୁଷ୍ଟିକର ଓ ପୋଷଣ ଖାଦ୍ୟ ପ୍ରଦର୍ଶନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାଏଙ୍କ ରିପୋର୍ଟଖୋର୍ଦ୍ଧା ୧୪/୧୦ : କୁରାଢ଼ମଲ୍ଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୁରାଢ଼ମଲ୍ଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସିନ୍ଧୁ ସୁତା ପ୍ରିୟଦର୍ଶିନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।ଏହାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁରାଢ଼ମଲ୍ଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀରାମ ପ୍ରସାଦ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/୧୦ : ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ମାଓବାଦୀ କହି ଜଣଙ୍କ ଘରୁ ସୁନା ଗହଣା ଲୁଟ ।ଲୁଟେରା ମାନେ ପିସ୍ତଲ ସହ ଭୁଜାଲି ଧରି ଲୁଟ କରିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି।ସୂଚନା ଯୋଗ୍ୟଯେ, ନଛିପୁର ଗ୍ରାମର ବିଜୟ ଗୋଛାୟତଙ୍କ ପରିବାର ସୋଇଥିବା ସମୟ ରେ ପ୍ୟ ରାତି ଗୋଟାଏ ରେ ଏକ ଡକାୟତ ଦଳ ତାଙ୍କ ଘରେ ପହଞ୍ଚିଥିଲେ ।ଗୋଟିଏ ବଖରାରେ ବିଜୟ ତାଙ୍କ ସ୍ତ୍ରୀ ମଞ୍ଜୁଳା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୪/୧୦ : ସୋମବାର ଅପରାନ୍ହ ଘ. ୩.୩୦ ମିନିଟ ସମୟରେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ମହାନଦୀରୁ ପାନୀୟ ଜଳ ଯୋଗାଣ ସକାଶେ ନିର୍ମାଣାଧିନ ଇନଟେକ ଉଏଲ୍ କୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ।ସୋମବାର ଜିଲ୍ଲାପାଳ ଶ୍ରୀ ନାୟକ ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ପରେ ହରଭଙ୍ଗା ବ୍ଲକ ର ଉକ୍ତ ପ୍ରକଳ୍ପକୁ ଅଚାନକ ଗସ୍ତ କରିଥିଲେ ।ସେଠାରେ ଚାଲିଥିବା ନିର୍ମାଣ […]Continue Reading
Odisha News
ଭୁବନେଶ୍ବର , ୧୪/୧୦ : ଦୀପାବଳି ପୂର୍ବରୁ ବାଣ ଫୁଟା ନେଇ ଗାଇଡଲାଇନ ଜାରି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ଏଥିସହିତ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା କରାଯାଇଛି। ପାର୍କ, ସାଇଲେନ୍ସ ଜୋନ (ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ)ର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।ସେହିପରି ଧାର୍ମିକ Continue Reading
Odisha News
ବରଗଡ଼. ୧୪/୧୦ : ସୋମବାର ବିଳମ୍ବିତ ରାତିରେ ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଓଭରବ୍ରିଜ ତଳୁ ଜଣେ ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ଜମୁର୍ଡା ଟାଙ୍ଗରପଡାର ଭୀମସେନ ବିଶ୍ବାଳ ବୋଲି ଜଣାପଡ଼ିଛି ।ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କିଛି ଲୋକ ଜମୁର୍ଡା ଓଭରବ୍ରିଜ ତଳେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ […]Continue Reading
Odisha News
ଭୁବନେଶ୍ୱର ,୧୪/୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଓଡ଼ିଆ ଛାତ୍ରୀ ଓ ତାଙ୍କ ମାଆଙ୍କ ସହିତ କଥା ହୋଇଛନ୍ତି । ଏଥିସହ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ୍ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ଓଡ଼ିଆ ଝିଅଙ୍କୁ କହିଛନ୍ତି ‘ଚିନ୍ତା କରନାହିଁ, Continue Reading