ବୌଦ୍ଧ ଜିଲ୍ଲା ଡାକ୍ତର ଖାନାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଫଳ ବଣ୍ଟନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୫ : ଗୁରୁବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଚିକିତ୍ସାଧୀନ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦେବରାଜ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନନ୍ଦ, ଜେନି ମହାପାତ୍ର, ପ୍ରିୟଦତ୍ତ ଦେହୁରୀ, ଅର୍ଜୁନ ମହାନନ୍ଦିଆ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ରଙ୍କ ସମେତ କଂଗ୍ରେସ କର୍ମୀ ମାନେ ମିଶି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।




