Home Archive by category Odisha News (Page 24)

Odisha News

Odisha News
ସୁନ୍ଦରଗଡ଼ , ୩୦/୮ : ଲହୁଣୀପଡ଼ା ଥାନାର ଏଏସଆଇ (ASI) ମଦନ ମୋହନ ମହାନ୍ତଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ସେ ଏକ ହୋଟେଲ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡ ଧରାପଡ଼ିଛନ୍ତି।ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସଫଳ ଚଢ଼ାଉ କରାଯାଇ ଏଏସଆଇଙ୍କୁ କାବୁ କରାଯାଇଛି। ଏହି ମାମଲାରେ ଏଏସଆଇଙ୍କ ସହ ମନଦୀପ କୁମାର ଦାସମୋଦକ ନାମକ ଜଣେ ବେସରକାରୀ ବ୍ୟକ୍ତି (ସହଯୋଗୀ) ମଧ୍ୟ ଗିରଫ ହୋଇଛନ୍ତି।ସୂଚନା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୮: ସମ୍ପର୍କ-ସହଯୋଗ ଓ ସହଭାଗୀତା କୁ ଆଧାର କରି ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ ସିଂ ଙ୍କ ଜନ୍ମ ତିଥି ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିଥି ଭାବେ ସ୍ଥାନୀୟ ସହାୟକ ଜିଲ୍ଲାପାଳ ସଂଜୀବ କୁମାର ରୁପାମାଝୀ , ରୂପକ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୯/୮ : ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ଆଜି ପ୍ରାତଃ ୭ ଟା ସମୟରେ ନୟାଗଡ଼ସ୍ଥିତ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଅରକ୍ଷୀ ଅଧିକାରୀ ଶ୍ରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୮ : ବୀରନରସିଂହପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମକ୍ ଡ୍ରିଲ ଆଜି ସରକାରୀ ଉ.ପ୍ରାଥମିକ.ବିଦ୍ୟାଳୟ,ବୀରନରସିଂହପୁରରେ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ କଅଁରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୋଟ ୧୧ ଗୋଟି ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ,୩୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ସାଧନ କର୍ମୀ ରୂପେ ବୌଦ୍ଧ ଜିଲ୍ଲା ରେଡକ୍ରସ ଅଫିସର ତଥା ଅଧ୍ୟାପକ ନବ କିଶୋର ଦିପ ପ୍ରାକୃତିକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୯/୮ : ରାଜ୍ୟରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଓ ଅପରାଧ ନିୟନ୍ତ୍ରଣ ରଣନୀତିକୁ ନେଇ ଶନିବାର ଭୁବନେଶ୍ୱର ପୋଲିସ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ସଚିବ, ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗମନ ଅବସରରେ ପୋଲିସ ପକ୍ଷରୁ Continue Reading
Odisha News
ଢେଙ୍କାନାଳ, ୨୯/୮: ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ। ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି।ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ସେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୮/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି।ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟ ରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୮/୮ : ବିଗତ କିଛି ଦିନରୁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚାଲିଛି ଘନ ଘନ ରେଡ୍ । ନିମ୍ନମାନର ଖାଦ୍ୟ ଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟର ଯାଞ୍ଚ କରି ନଷ୍ଟ କରାଯାଉଛି। ଆହୁରି ମଧ୍ୟ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ କରାଯାଇଛି।ଏହିକ୍ରମରେ ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ Continue Reading
Odisha News
ନୟାଗଡ଼,୨୮/୮ : ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି।ଆଜିର ସୁଭଦ୍ରା ମେଳାରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ହଜାର ୧୬୨ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲାର ୨ଲକ୍ଷ ୩୩ହଜାର ୫୮୫ ହିତାଧିକାରୀ ଅଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲା ସୁଭଦ୍ରା ହିତାଧିକାରୀଙ୍କ Continue Reading