Odisha News

ଓଡ଼ିଶାରୁ ଫେରୁଛି ମୌସୁମୀ; ୩ ଜିଲ୍ଲାରୁ ଆରମ୍ଭ ହେଲା ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା

ଭୁବନେଶ୍ୱର, ୮/୧୦ : ରାଜ୍ୟରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜିଠାରୁ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୌସୁମୀ ବର୍ଷା ସ୍ଵାଭାବିକଠୁ ଢେର ଅଧିକ ରହିଛି।
ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି।
ଆଗାମୀ ୩ ରୁ ୪ ଦିନ ଦିନରେ ରାଜ୍ୟର ଆହୁରି ଅଧିକାଂଶ ଅଞ୍ଚଳରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସାରିତ ହୋଇଯିବ।
ରାଜ୍ୟରୁ ମୌସୁମୀ ବିଦାୟ ନେବା ସାଙ୍ଗକୁ ଧୀରେ ଧୀରେ ବର୍ଷାର ପରିମାଣ କମିବା ଏବଂ ରାତି ଓ ସକାଳ ସମୟରେ ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମୌସୁମୀ ବର୍ଷା ଢେର ଅଧିକ ରହିଛି। ପ୍ରବଳ ବର୍ଷା କାରଣରୁ ଏଥର ବାରମ୍ବାର ବନ୍ୟା ସ୍ଥିତି ଉପୁଜିଛି।

Related Posts