Odisha News

ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଲେ ନବୀନ

କବିସୂର୍ଯ୍ୟନଗର,୨୬/୩:ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି।
ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ। ବଡ଼ ଆଗୁଳ ପଡ଼ିଆରେ ବିଶାଳ ଜନ ସମାବେଶକୁ ଉଦ୍ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଜୟ ମା’ ତାରାତାରିଣୀ କହି ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। ଗଞ୍ଜାମ ଜିଲାକୁ ଦେଶର ୧ ନମ୍ବର ଜିଲାରେ ପରିଣତ କରିବାକୁ ଆହାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ଋଣ ପ୍ରଦାନ କରିଛନ୍ତି । ସେହିପରି ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଣ୍ଟିଛନ୍ତି । କବିସୂର୍ଯ୍ୟନଗର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।
୧୧ ପଞ୍ଚାୟତରୁ ବହୁ ଜନପ୍ରତିନିଧିଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ଗସ୍ତ ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁରରେ ରହିଥିଲା। ଜିଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
୨୨ ହଜାର ୨ ଶହ ସ୍ବୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରାଯାଇଛି। ଏହା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Related Posts

Seo wordpress plugin by www.seowizard.org.