‘ଆମ ପୋଷକ ଆମ ପରିଚୟ ଦିବସ ପାଳିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୭/୪ : ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଅପ୍ରେଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଇଛି।ବଲାଙ୍ଗିର ଜିଲ୍ଲାରେ ‘ଆମ ପୋଷକ ଆମ ପରିଚୟ’ ଦିବସ ପାଳନ ଅବସରରେ ପାରମ୍ପପରିକ ବସ୍ତ୍ରର ଖୁବ୍ ଚାହିଦା ରହିଥିଲା।
ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ,କର୍ମଚାରୀଙ୍କ ସହ ଜନସାଧାରଣ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରଵ ଶୀୱାଜୀ ଈସଲୱାର,ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।
ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି,ପରମ୍ପରାର ପ୍ରସାର ଏବଂ ଓଡ଼ିଶାର ବରପୁତ୍ର ମାନଙ୍କ ଅବଦାନକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।