Odisha News

‘ଅର୍ଣ୍ଣବ’କୁ ନେଇ କେନ୍ଦ୍ର ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକ; ଦକ୍ଷିଣ ଓଡ଼ିଶା ଉପରେ ଫୋକସ୍, ଆବଶ୍ୟକ ପଡ଼ିଲେ ଆସିବ ଏନ୍‌ଡିଆର୍‌ଏଫ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ଭୁବନେଶ୍ୱର, ୨୬/୧୦ : ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ । ଓଡ଼ିଶାରେ ବାତ୍ୟାକୁ ନେଇ କିପରି ରହିଛି ପ୍ରସ୍ତୁତି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ବୁଝିଲେ କେନ୍ଦ୍ର କ୍ୟାବିନେଟ ସଚିବ ।
ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଓଡ଼ିଶାରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି । ଦକ୍ଷିଣ ଓଡ଼ିଶା ଆମର ପ୍ରଭାବିତ ହେବ । ସେଥିପାଇଁ ବରିଷ୍ଟ ଅଧିକାରୀଙ୍କୁ ମଧ୍ୟ ମୁକାବିଲା ପାଇଁ ପଠାଯାଇଛି ।
ବିଦ୍ୟୁତ୍, ଜଳ ସମ୍ପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯାଇଛି। ଏପିରିକି ସମସ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ବାହାରିଥିବା ନିଶ୍ଚିତ କରାଯାଇଛି ।
ସେହିପରି ବାତ୍ୟା ସମୟରେ ଆମର ୩ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବ । ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ରିକର୍ଭ କରି ଛତିଶଗଡ଼ ଯିବ । ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଯଦି ଡ୍ୟାମ ଖୋଲନ୍ତି, ତେବେ ପରିଚାଳନା ପାଇଁ ଏକ ଟିମ ଗଠନ କରାଯାଇ ଛତିଶଗଡ ସରକାରଙ୍କ ଯୋଗାଯୋଗରେ ରହିଛନ୍ତି ।
ଯଦି ସେମାନେ ପାଣି ଛାଡିବେ, ତେବେ ଆମକୁ ଜଣାଇବେ । ସମସ୍ତ ପ୍ରକାର ସହାୟତା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ବୈଠକରେ କ୍ୟାବିନେଟ ସଚିବ ଆଲୋଚନା କରିଥିଲେ ।

Related Posts