Odisha News

ନିଶାମୁକ୍ତ ଖୋରଧା ଗଠନ ପାଇଁ ବରିଷ୍ଠ ନାଗରିକଙ୍କ ଆହ୍ୱାନ, ନିଶାମୁକ୍ତ ପରିବାର ହିଁ ସୁସ୍ଥ ସମାଜର ଆଧାର

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୧୧ : ନିଶାମୁକ୍ତ ଖୋରଧା ଓ ସୁସ୍ଥ ସମାଜ ଗଠନ ପାଇଁ ଆଗେଇ ଆସିଛନ୍ତି ସହରର ବରିଷ୍ଠ ନାଗରିକ।
ବରିଷ୍ଠ ନାଗରିକ ମଞ୍ଚ ଖୋରଧା ପକ୍ଷରୁ ଗୁରୁବାର ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇ ଜନସାଧାରଣଙ୍କୁ ନିଶା ବିରୋଧରେ ସଚେତନ କରାଯାଇଥିଲା।
‘ନିଶାକୁ ନା, ଜୀବନକୁ ହଁ’, ‘ନିଶାମୁକ୍ତ ପରିବାର ହେଉ\’ ସୁସ୍ଥ ସମାଜର ଆଧାର’ ଏବଂ ‘ମାଦକ ଦ୍ରବ୍ୟମୁକ୍ତ ପରିବାର ଗଠନ’ ଭଳି ସ୍ଲୋଗାନ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ଦିଆଯାଇଥିଲା।
ନିଶାଦ୍ରବ୍ୟ ସେବନ କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରେ ନାହିଁ, ବରଂ ସମଗ୍ର ପରିବାରର ଶାନ୍ତି, ସୁଖ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ।
ଏହାର କୁପ୍ରଭାବରୁ ଯୁବପିଢ଼ିଙ୍କୁ ଦୂରେଇ ରଖିବା ସହ ଶିକ୍ଷା,\’ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ଜରୁରୀ । ନିଶାମୁକ୍ତ ପରିବାର ହିଁ ସୁଖୀ ପରିବାର ଏବଂ ନିଶାମୁକ୍ତ ସମାଜ ହିଁ ସମୃଦ୍ଧ ସମାଜର ପରିଚୟ । ତେଣୁ
ନିଶାଠାରୁ ଦୂରେଇ ରହିବା ସହ ପରିବାର ଓ ସମାଜକୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବାକୁ ଶୋଭାଯାତ୍ରାରେ ଆହ୍ୱାନ ଦିଆଯାଇଥିଲା।
ଏହି ଶୋଭାଯାତ୍ରାରେ ଦେବ ପ୍ରସାଦ ମଜୁମଦାର, ରାମଶଙ୍କର ଡ.ପ୍ରମୋଦ ଚନ୍ଦ୍ର ଦାଶ, ରତ୍ନାକର ରଣସିଂହ, ରବୀନ୍ଦ୍ର କୁମାର ସାହୁ, କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ସନ୍ତୋଷ କୁମାର ଦାସ, ହରମୋହନ ମହାପାତ୍ର,ସୁରେନ୍ଦ୍ର କୁମାର ପାଢ଼ୀ, ମନମୋହନ ବଳିୟାରସିଂହ, ଡ.ପତିତପାବନ ଦଳେଇଙ୍କ ସମେତ ୩ଶହରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Related Posts