ସଂଘୀୟତା ହେଉଛି ଆମର ଏକତାର ମୂଳଦୁଆ : ପୂର୍ବତନ ବିଧାୟକ ପ୍ରଣବ

ଯାଜପୁର, ୨୭/୧ : ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ପ୍ରଣବ। ଅଭିଭାଷଣ ରେ କର୍ମୀମାନଙ୍କୁ ପ୍ରଣବ କହିଛନ୍ତି ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି।
ବହୁଭାଷା ଓ ଜାତିକୁ ନେଇ ଗଠିତ ଏକ ସୂତ୍ରରେ ବାନ୍ଧି ରଖିବାରେ ସମ୍ବିଧାନ ସଫଳ ହେଉଛି। ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି।
ଏହି ଅବସରରେ ପ୍ରଣବ କହିଛନ୍ତି ଯେ ଆମ ସମ୍ବିଧାନର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କୁ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଆମ ସମ୍ବିଧାନ ହେଉଛି ଏକତାର ଗ୍ରନ୍ଥ, ବହୁ ଭାଷା ଧର୍ମ ଜାତିକୁ ନେଇ ଗଠିତ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି।
ନ୍ୟାୟ, ସ୍ୱାଧୀନତା, ଭାତୃତ୍ୱ ଏବଂ ସମାନତା ହେଉଛି ଆମ ସମ୍ବିଧାନର ସ୍ତମ୍ଭ। ସଂଘୀୟତା ହେଉଛି ଆମର ଏକତାର ମୂଳଦୁଆ। ଆମ ସମ୍ବିଧାନ ରାଜ୍ୟ ଗୁଡିକର ଅଧିକାରକୁ ସୁରକ୍ଷିତ ରଖିଛି। ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ ନିର୍ଦ୍ଦେଶ ରହିଛି।
ଏହି ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ବରିଷ୍ଠ ନେତୃତ୍ୱ ପ୍ରିୟନାଥ ମହାପାତ୍ର, ନରେଶ ଚନ୍ଦ୍ର ମହାନ୍ତି, ଜଳଧର ମହାନ୍ତି,ନିରଞ୍ଜନ ବଳ, ଦୁଃଶାସନ ସାହୁ ସମେତ ଯୁବ,ଛାତ୍ର ଓ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ।