Odisha News

ବୁଲା କୁକୁରଙ୍କ ପାଇଁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉ

ବାଳକୃଷ୍ଣ ଷଡ଼ଙ୍ଗୀଙ୍କ ରିପୋର୍ଟ
ବଲାଙ୍ଗିର/ଓଡ଼ିଶା, ୯/୧୧ : ବଲାଙ୍ଗିର ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିବା କୁ ଲାଗିଛି।ରାତି ରେ ଲୋକେ ଚାଲିବା କଷ୍ଟକର ହେଉଛି।
ପ୍ରତେକ ଗଳି କନ୍ଦିରେ ବୁଲା କୁକୁରଙ୍କ ପାଇଁ ଲୋକେ ଭୟରେ ରହୁଥିବା ଦେଖିବାକୁ ମିଳୁଛି।ଏଣୁ ବୁଲା କୁକୁର ଙ୍କ ଥଇଥାନ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି।
ଏହି କୁକୁର ମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ସଙ୍ଗେ ସଙ୍ଗେ ପ୍ରତିଷେଧକ ଇଞ୍ଜେକସନ ଦେବା ସହ ବୁଲା କୁକୁରଙ୍କ ଆଶ୍ରୟସ୍ଥଳୀ ନିର୍ମାଣ କଲେ ଲୋକେ ସୁରକ୍ଷିତ ରହନ୍ତେ।
ପୂର୍ବରୁ ସ୍ଥାନୀୟ ମ୍ୟୁନିସିପାଲିଟୀ ତରଫରୁ ବୁଲା କୁକୁର ମାନଙ୍କ ଉପରେ ସମୟ ଉପଯୋଗୀ ପଦକ୍ଷେପ ନିଆଯାଉଥିଲା।
ଏବେ କିନ୍ତୁ ମ୍ୟୁନିସିପାଲିଟୀ ସାଜିଛି ନିରବଦ୍ରଷ୍ଟା।ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି।

Related Posts