Odisha News

ପୂର୍ବ ଓଡ଼ିଶା ଧନୁଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୩ : ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟ କଳା ସଂସଦ ଆନୁକୂଲ୍ୟରେ ଜଟଣୀ ନିକଟ ପାତ୍ରପଡା ,ମାନପୁର ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖ ଅକ୍ଷୟ ତୃତୀୟା ଠାରୁ ପୂର୍ବ ଓଡିଶା ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି।
ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି କୃଷ୍ଣ ରାସଲୀଳା ସମେତ ଧନୁଯାତ୍ରା ଅନୁଷ୍ଠିତ ହେବ।
ଆଜି ସ୍ଥାନୀୟ ରୋଟାରୀ କ୍ଲବ ଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଚଳିତ ବର୍ଷ ଏହି ଧନୁଯାତ୍ରା ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟର ବହୁ ମନ୍ତ୍ରୀ, ନେତା ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ସାମିଲ ହେବେ। ୩୭ ବର୍ଷରେ ପଦାର୍ପଣ କରିଥିବା ଏହି ଅନୁଷ୍ଠାନରେ ମିନାବଜାର, ସର୍କସ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆତସବାଜି, ଅପେରା, ବିଭିନ୍ନ ପ୍ରକାର ସରକାରୀ ଓ ବେସରକାରୀ ଷ୍ଟଲ ଆଦି ପ୍ରଦର୍ଶିତ କରାଯିବ।
ପ୍ରତିଦିନ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ବର୍ଗର ରାଜନୈତିକ ବ୍ୟକ୍ତି ବିଶେଷ, ସାହିତ୍ୟିକ, ଐତିହାସିକ, ଶାସକ ତ‌ଥା ପ୍ରଶାସକ ମାନେ ଯୋଗ ଦେବେ। ଧନୁଯାତ୍ରା ଲାଗି ଶୁଭ ଖୁଣ୍ଟି ପଡିବା ପୂର୍ବରୁ ଜଗତରନାଥ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଅଣାଯିବ।
ସେହି କ୍ରମରେ ଜଟଣୀ ନିକଟସ୍ଥ କୁମାର ଖାତିଆ, ଗୋଡ଼ାଧର୍ମ ସାଗର ଗ୍ରାମରୁ ପାରମ୍ପରିକ ରୀତି ନୀତିରେ ବିରାଟ ଧନୁ ଅଣାଯିବ।
ଏହି ଉତ୍ସବରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ତଥା ପିପିଲି ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ, ମହୋତ୍ସବ କମିଟିର ଆବାହକ ତଥା ଖୋରଧା ଜିଲ୍ଲା ବିଜେପି ସଭାପତି ବିଶ୍ଵରଞ୍ଜନ ବଡ଼ଜେନା, ଅନୁଷ୍ଠାନ ପକ୍ଷରୁ ମନମୋହନ ରାଉତରାୟ, ଅଶୋକ ମଙ୍ଗରାଜ, ପଦ୍ମଚରଣ ପ୍ରଧାନ, ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଇଂ ପ୍ରତାପ କୁମାର ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related Posts