Top Stories

ଟ୍ରିପଲ ‘ଏ’ ରେ ଆନ୍ତଃଜାତୀୟ ନର୍ସ ଦିବସ ପାଳିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୨/୫ : ଖୋରଧା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’ ରେ ନର୍ସିଙ୍ଗ ବିଭାଗ ତରଫରୁ ଆନ୍ତଃଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଖୋରଧା ସରକାରୀ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧୀକାରୀ ଡ.ସଂଜୟ ଚନ୍ଦ୍ର ରାୟ ଓ ଅନ୍ୟ ବରେଣ୍ୟ ଅତିଥି ହିସାବରେ ଖୋରଧା ସରକାରୀ ଚିକିତ୍ସାଳୟର ନର୍ସିଙ୍ଗ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ସାଧନା ଗୁମାନସିଂ, ଓଡିଶାର ଏସ. ଏନ. ଏ ଆଡଭାଇଜର ଡ. ଆଶିଷ ରଞ୍ଜନ ମହାନ୍ତି , ଓଡିଶା ସରକାରଙ୍କର କମ୍ୟୁନିଟି ହେଲଥ ଅଫିସର ଶ୍ରୀ ଦୟାନିଧି ହୋତା, ବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ଵର୍ଣ୍ଣଲତା ପାତ୍ର, ଡିନ୍ ଡ. ଦିପ୍ତିମୟୀ ମହାନ୍ତି ,ବିଦ୍ୟାଳୟର ପ୍ରତିଷ୍ଠାତା ଡାକ୍ତର ନନ୍ଦକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରୁ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା।
ପରେ ପରେ ଆବାହ ସଂଗୀତ ଗାନ କରାଯାଇଥିଲା । ନର୍ସିଙ୍ଗ ବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ଵର୍ଣ୍ଣଲତା ପାତ୍ର ଦିବସର ମହନୀୟତା ପ୍ରତିପାଦନ କରିଥିଲେ।
ଅତିଥି ମଣ୍ଡଳୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ନର୍ସିଙ୍ଗ ବିଦ୍ୟାଳୟର ଅଧ୍ୟକ୍ଷା ଓ ଡିନ୍ ସମ୍ବର୍ଦ୍ଧିତ କରିଥିଲେ ଏବଂ ପରେ ବିଭିନ୍ନ ବିଭାଗରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ନର୍ସିଙ୍ଗ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଶୀ ଓ ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟି ବେଶ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇଥିଲା ।

Related Posts