ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬)
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ବର,୨୯/୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା କଲା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ।
ବୁଧବାର ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର୍ୟ୍ୟନ୍ତ ପରୀକ୍ଷା ହେବା ନେଇ ସୂଚୀ ପ୍ରକାଶ ପାଇଥିଲା । ତେବେ ପୁଣି ପରୀକ୍ଷା କେବେ ହେବ ସେ ନେଇ ତାରିଖ ଘୋଷଣା ହୋଇନଥିବା ବେଳେ ଖୁବଶୀଘ୍ର ଜଣାଇବ କହିଲା BSE।




