Odisha News

ଗୁରୁଜଙ୍ଗ ପ୍ରିମିୟର ଲିଗ ଲାଗି ଅଗଷ୍ଟ ୨୫ ସୁଦ୍ଧା ଖେଳାଳି ପଞ୍ଜିକରଣ, ସେପ୍ଟେମ୍ବର ୫ ରେ ଖେଳାଳି ନିଲାମ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୦/୮: ଖୋର ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଗୁରୁଜଙ୍ଗ ଖେଳ ପଡିଆରେ ଗୁରୁଜଙ୍ଗ ପ୍ରିମିୟର ଲିଗ ଆସନ୍ତା ଅକ୍ଟୋବର ମାସ ଦଶହରା ସମୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଜଣାଇଛନ୍ତି। ଏଥିରେ ୮ ଟି ଦଳ ଭାଗ ନେବେ ସେମାନେ ହେଲେ ଏସ ଜେ ଆର ୱାରିୟରସ ଗୁରୁଜଙ୍ଗ, ଇଗଲ ସ୍ପୋର୍ଟିଂ ମେଣ୍ଢାଶାଳ,ମିଲନ ୟୁଥ କ୍ଲବ ମୁକୁନ୍ଦପ୍ରସାଦ, ବି ଏସ ଏ ଭାଲିଆବାଡି, ଯଦୁପୁର ବ୍ଲାଷ୍ଟର୍ସ ,ଗୁରୁଜଙ୍ଗ ଡେୟାର ବୁଲ୍ଲସ,ଇଲେଭେନ ଷ୍ଟାର ଯାଆଁଳା, ବାଲୁଙ୍କେଶ୍ୱର ୱାରୀୟାର୍ସ ଟମାଣ୍ଡୋ।
ଖୋରଧା ଓ ୩୫ ଟି ଅଂଚଳରୁ ଖେଳାଳୀ ମାନେ ଏହି ଲିଗରେ ଭାଗ ନେବେ ଯଥା ଯଦୁପୁର, ନପୁଟ, ଟମାଣ୍ଡୋ, ପାତ୍ରପଡା, ଶୁଆଙ୍ଗ, ବାଙ୍କୁଆଳ, ଯାଆଁଳା, ଗଙ୍ଗପଡ଼ା, ମେଣ୍ଢାଶାଳ, ଅରିସାଲ, ପଳାସପୁର, ମୁକୁନ୍ଦପ୍ରସାଦ, ଭାଲିଆବାଡି, କୋଣାର୍କନଗର, ଗୁରୁଜଙ୍ଗ, ଖୋରଧା ମ୍ୟୁନିସିପାଲିଟି, ଆଇ ଆର ବି, କୁମାରବସ୍ତ, ନୂଆଗାଁ, ଅରାଙ୍ଗ, ପାଇକ ତିଗିରିଆ, ବିଂକୁଡ଼ିଆ, କେରଙ୍ଗ, ସାରୁଅ, ପଙ୍ଗାରସିଂ, କୁସୁପଲା, ବାଙ୍କୀ, ପାନବରଜ, ଜରିପୁଟ, ଗୁଡ଼ୁମ, କଲ୍ୟାଣପୁର, ଅଠାରଙ୍ଗ, କାଇପଦର, ଦେଉଳିଟାଙ୍ଗୀ ଓ କୁରାଢମଲ ର ଆଧାରକାର୍ଡ଼ ଥିବା କର୍କ ବଲ ଖେଳାଳୀ ଅଗଷ୍ଟ ୨୫ ତାରିଖ ସୁଦ୍ଧା ନିଜର ନାମ ପଞ୍ଜିକରଣ କରିବା ପାଇଁ ଶେଷ ତାରିଖ ଧାର୍ଯ୍ୟ ହୋଇଛି।
ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଖେଳାଳୀ ନିଲାମ ପ୍ରକ୍ରିୟାରେ ୮ ଟି ଦଳ ନିଜ ଟିମରେ ଖେଳାଳୀ ମାନଙ୍କୁ ରଖିବେ। ଦୁଇଟି ଗ୍ରୁପରେ ୪ ଟି ଲେଖାଏଁ ଦଳ ରହିବ ଓ ଗ୍ରୁପ ପର୍ଯ୍ୟାୟରେ ସମସ୍ତେ ୩ ଟି ଲେଖାଏଁ ମ୍ୟାଚ ଖେଳିବେ।
ଚମ୍ପିୟାନ ଦଳକୁ ଟ୍ରଫି ସହ ୬୦୦୦୦ .୦୦ (ଷାଠିଏ ହଜାର) ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୪୦୦୦୦.୦୦(ଚାଳିଶ ହଜାର) ଟଙ୍କା ପ୍ରଦାନ କରାଯିବ ବୋଲି ଆସୋସିଏସନ ପକ୍ଷରୁ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଜଣାଇଛନ୍ତି।

Related Posts