Odisha News

ଓଲଟିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଗୁରୁତର

ନୟାଗଡ଼, ୨୮/୪ : ନୟାଗଡ଼ ଖଣ୍ଡପଡ଼ା ରାସ୍ତାର ଖେଡପଡ଼ା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ମଙ୍ଗଳବାର ସକାଳେ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।
ବେବୀ ନାମକ ଏକ ଘରୋଇ ବସ୍ ରାକମାରୁ ନୟାଗଡ଼ ଅଭିମୁଖେ ଆସୁଥିଲା । ବସରେ ପାଖାପାଖି ୫୦ରୁ ଉଦ୍ଧ୍ୱ ଯାତ୍ରୀ ଥିଲେ । ଖଣ୍ଡପଡ଼ା ରାସ୍ତାରେ ଖେଡ଼ପଡ଼ା ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଧାଇଁ ଆସି ପୋଲିସକୁ ଖବର ଦେବ ସହିତ ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲେ ।
ସମସ୍ତଙ୍କୁ ଉଦ୍ଧାର କରାଯାଇଛି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀ ପ୍ରାଥମିକ ଚିକିତ୍ସା ପରେ ଫେରି ଯାଇଛନ୍ତି ।

Related Posts