ଭୁବନେଶ୍ୱର, ୭/୭ : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ୭୬ତମ ବନ ମହୋତ୍ସବ ଆୟୋଜିତ ହୋଇଛି । ପୁରୁଣା ଭୁବନେଶ୍ୱରସ୍ଥିତ ଭକ୍ତକବି ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ, ହେଲେ କ୍ଷୋଭର ବିଷୟ ଜଙ୍ଗଲ ନଷ୍ଟ ହେଉଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୬/୭ : ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ ଗୃହରକ୍ଷୀ ନିଯୁକ୍ତି ପାଇଁ ଜିଲ୍ଲା ଏସପି ତଥା ସମାଦେଷ୍ଟା ଙ୍କ ଦସ୍ତଖତରେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୪୯ ତା ୦୫.୦୫.୨୦୨୪ରିଖରେ ପ୍ରକାଶିତ ବିଜ୍ଞାପନ ସର୍ତ୍ତାବଳୀ ଗୁଡିକୁ ଖୋଲା ଉଲ୍ଲଙ୍ଘନ କରାଯାଇ ମନଇଛା ନିଯୁକ୍ତି ଦିଆଯାଇଛି ବୋଲି ବରିଷ୍ଠ ଆଇନଜୀବୀ ତଥା ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି ।ଗୃହରକ୍ଷୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୭: କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯାଇଥିଲା। ଦାରୁବ୍ରହ୍ମଙ୍କ ବେଶ ମଧ୍ୟରେ ସୁନାବେଶ ସବୁଠାରୁ ଅଧିକ ମନ ମୁଗ୍ଧକର ହୋଇପାରି ଥିଲା।ରଥ ଉପରେ Continue Reading
ପୁରୀ, ୬/୭ : ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍ଧାରୀଙ୍କ ଗାଡ଼ି ବି ଛଡ଼ା ଯାଉନି। ଏକାଧିକ Continue Reading
ସମ୍ବଲପୁର, ୬/୭ : ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ରବିବାର ସକାଳେ ୧୨ ଟି ଗେଟ ଖୋଲାଯାଇଥିଲା। ଆଉ ଏବେ ୮ ଟି ଗେଟ୍ ଖୋଲାଯିବାରେ ସମୁଦାୟ ୨୦ ଗେଟ ଦେଇ ଜଳ ନିଷ୍କାସିତ ହେଉଛି।ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ୍ ସବୁ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଡ୍ୟାମକୁ ୨, ୭୪, ୫୦୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବଳେ, ଡ୍ୟାମରୁ ୧, ୭୮, ୫୦୦ କ୍ୟୁସେକ […]Continue Reading
ଭୁବନେଶ୍ୱର, ୬/୭ : ସାରା ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି ।ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଚେତାବନୀ ଜାରି ହୋଇଛି। ସୁନ୍ଦରଗଡ଼, […]Continue Reading
ପୁରୀ,୬/୭ : ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦି ଆଡ଼ପ ମଣ୍ଡପ ଛାଡ଼ି କର୍ମବେଦି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିଛି ଦାରୁବିଗ୍ରହଙ୍କ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତିକାନ୍ତିର ଯଥେଷ୍ଟ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୫/୭ : ସଦର ଥାନା ଅଧୀନ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ହୋଇଥିବା ଲୁଟ୍ ମାମଲାରେ ପୁଲିସ୍ ମୋଟ୍ ଚାରି ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ସାଗର ମହାରଣା (୨୬), ଦଶପଲ୍ଲା ଥାନା ଅଧୀନ ଭୋଗରା ଗାଁର ପ୍ରମୋଦ ନାୟକ (୨୧), ଇଟାମାଟି ଥାନା ଅଧୀନ ଲାଠିପଡ଼ା ଗାଁର କାର୍ତ୍ତିକା ବରାଡ଼ (୫୦) ଓ ସଦର ଥାନା ଅଧୀନ ଜେମାଦେଇପୁରପାଟଣାର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି (୫୦)।ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୫/୭ : ଟିପିଏନଓଡିଏଲ ବିଦ୍ୟୁତ ଆବଣ୍ଟନର ଦାୟିତ୍ଵ ନେଇ ମାତ୍ର କେଇ ବର୍ଷ ମଧ୍ୟରେ ଉତ୍ତର ଓଡ଼ିଶାରେ ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲାର ବିଦ୍ୟୁତ ଆବଣ୍ଟନ ଦାୟିତ୍ଵ ନେଇଥିବା ଟିପିଏନଓଡିଏଲ ଉପଭୋକ୍ତାଙ୍କ ସ୍ବାର୍ଥରକ୍ଷା ସାଙ୍ଗକୁ ଉତ୍ତମ ସେବା ଓ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ଆଶାତୀତ ସଂସ୍କାର ଆସିଥିବା ପରିଲକ୍ଷିତ ହୋଇଛି Continue Reading
ଭୁବନେଶ୍ୱର, ୫/୭: ଖରାପ ପ୍ରଦର୍ଶନ ଯୋଗୁଁ ତିନୋଟି ପ୍ରମୁଖ ବ୍ୟାଙ୍କଗୁଡ଼ିକୁ ତାଲିକାରୁ ବାଦ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଏଚଡିଏଫସି, ଆଇସିଆଇସିଆଇ ଏବଂ ଏକ୍ସିସ୍ ବ୍ୟାଙ୍କର ଅଧିକାରୀମାନେ ଆଲୋଚନା ପରେ କଟକଣା ହଟାଇଛନ୍ତି ସରକାର । ତିନି ବ୍ୟାଙ୍କ ପୂର୍ବ ପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାମ କରିବେ । ସମସ୍ତ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି ।ସରକାରୀ ପ୍ରମୁଖ ଯୋଜନାଗୁଡ଼ିକରେ ଖରାପ ପ୍ରଦର୍ଶନ Continue Reading




