Home Posts tagged ODISHA (Page 12)
Odisha News
ଭୁବନେଶ୍ୱର,୨୯/୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓଡ଼ିଶାରେ ପାଣିପାଗକୁ ପ୍ରଭାବିତ କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି।ପାରାଦୀପରୁ ୧୨୦କିମି ଦୂରରେ ଅଛି ଅବପାତ। ଘନୀଭୂତ ହେଇ ଗଭୀର ଅବପାତରେ ପରିଣତ ହେବ। ଏନେଇ ୪ ଜିଲାକୁ ଅରେଞ୍ଜ ଓ ୨୬ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୩ ଦିନ, ଅର୍ଥାତ ମେ ୩୧ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୯/୫ : ବୁଧବାର ଓଡ଼ିଶାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ (ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ) ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଉନ୍ନୟନ ଅଗ୍ରଣୀ ଯୋଜନା ଗୁଡିକର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ Continue Reading
Odisha News
ଭୁବନେଶ୍ୱର, ୨୮/୫ : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଲା । ଦୀର୍ଘ ୧୬ ବର୍ଷ ପରେ ମେ ମାସରେ ଓଡ଼ିଶା ଆସିଲା ମୌସୁମୀ । ୨୦୦୯ ମସିହାରେ ଶେଷ ଥର ପାଇଁ ମେ ୨୫ ତାରିଖରେ ଓଡ଼ିଶା ଆସିଥିଲା ମୌସୁମୀ । ଆଉ ଚଳିତ ବର୍ଷ ମଧ୍ୟ ୧୬ ବର୍ଷ ପରେ ମେ ୨୮ ତାରିଖ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୮ା୫ : ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି ।ଯାହାକୁ ଆଜି ସାମ୍ବାଦିକ ଭବନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଏଭଳି ଅପ୍ରାସଙ୍ଗିକ ପ୍ରସଙ୍ଗରେ ସାମ୍ବାଦିକଙ୍କ ନାଁ ଯୋଡ଼ି ସେମାନଙ୍କୁ ବଦନାମ କରାଯାଉଥିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୮/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି ।ବିଦ୍ୟାଳୟ ବନ୍ଦ ରହିଥିଭବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା ମନ୍ଦିରକୁ ଲାଗି ରହିଛି । ୧୯୬୨ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଟି ଅଦ୍ୟାବଧି ସୁଦ୍ଧା ଆଜବେଷ୍ଟସ ଛାଉଣି ଶ୍ରେଣୀ Continue Reading
Odisha News
ପାଟଣାଗଡ଼, ୨୮/୫ : ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଲା ରାୟ । ଅଭିଯୁକ୍ତ ପୁଞ୍ଜିଲାଲା ମେହେରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଲେ କୋର୍ଟ । ୭ ବର୍ଷ ବ୍ୟବଧାନ ପରେ ପାଟଣାଗଡ଼ ଏଡିଜେ କୋର୍ଟ ଏହି ମାମଲାରେ ଆଜି ରାୟ ଶୁଣାଇଛନ୍ତି ।୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର […]Continue Reading
Odisha News
ମୟୂରଭଞ୍ଜ, ୨୮/୫ : ବେତନଟୀ ଉପକଣ୍ଠ ଆଗ୍ରିଆ ବଡପୋଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତକମାନେ ହରିୟାଣାର କର୍ଣ୍ଣାଲ ଜିଲ୍ଲାରୁ ଚାରିଜଣ ଏବଂ ଉତ୍ତରପ୍ରଦେଶ ମିରଟରୁ ଜଣେ ଯୁବକ ବୋଲି ଜଣାପଡିଛି। ଖବରପାଇ ପୋଲିସ Continue Reading
Odisha News
ଭୁବନେଶ୍ୱର,୨୮/୫ : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗେଇବା ପାଇଁ ପାଗ ଅନୁକୂଳ ରହିଛି। ସେହିପରି ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ବୁଧବାର ରାଜ୍ୟର ୪ ଜିଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ଜଗତ୍‌ସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ବିଜୁଳି ଘଡ଼ଘଡ଼ି Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୨୭/୫: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଥିବା ବେଳେ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛି।ବିଦ୍ୟୁତ ତାର ଓ ଟ୍ରାନ୍ସଫର୍ମର ନିକଟରେ ନିର୍ମାଣ କାର୍ଯ୍ୟ, ହୁକିଂ ଆଦି ପାଇଁ ଅଧିକ ଦୁର୍ଘଟଣା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ବାଲିଗୁଡା, ୨୭/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ମଙ୍ଗଳବାର ୨୨ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୬ ଦିନରେ ପହଞ୍ଚିଛି ।ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ Continue Reading