ଭୁବନେଶ୍ୱର, ୨୫/୫: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି। ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି।ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ […]Continue Reading
ଭୁବନେଶ୍ୱର,୨୪/୫: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ। ଭାଜପା ମିଛ କହିବାର ସବୁ ସୀମା ଟପି ଯାଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେଲା ରାଜ୍ୟ ସାରା ପ୍ରଚାର କରୁଛି।ଅନ୍ୟପଟେ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ରାଜ୍ୟ ଭାଜପା। କାର୍ତ୍ତିକ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଭାଜପା ଅପିଲ କରିଛି। Continue Reading
କଟକ,୨୪/୫:ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍ସାଇଟ୍ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ ଜାଣିପାରିବେ। ସେହିପରି ଇଣ୍ଟରନେଟ ସୁବିଧା ନ ଥିଲେ ଏସଏମଏସ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ।ଏମଏସଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ ଦେଇ ରୋଲ ନମ୍ବର ଲେଖି Continue Reading
ଭୁବନେଶ୍ୱର,୨୪/୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରୁଛି।ଅବପାତ ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ Continue Reading
ଭୁବନେଶ୍ବର, ୨୩/୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି। ଏହି ପର୍ଯ୍ୟାୟ ରେ ରାଜ୍ୟର ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖ ସକାଳ ୭ଟାରୁ ମତଦାନ ହେବ। ଏଥି ପାଇଁ ୯୪ଲକ୍ଷ […]Continue Reading
ଭୁବନେଶ୍ୱର,୨୩/୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ ହୋଇଛି। ଭାଜପା ଏକମାତ୍ର ଦଳ, ଯିଏ ବିକାଶ କାର୍ୟ୍ୟକୁ ଆଗକୁ ନେଇପାରିବ।ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଚାର ସମୟରେ ଜିତୁ ଭାଜପାରେସାମିଲ ହୋଇଛନ୍ତି। ଆଉ ମିଶିବା ମାତ୍ରେ ପ୍ରଚାର Continue Reading
ଭୁବନେଶ୍ବର, ୨୩/୫ : : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ହେବାରେ ଲାଗିଛି । ବୁଧବାର ତୁଳନାରେ ଗୁରୁବାର ବଙ୍ଗୋପସାଗର ସକ୍ରିୟ ଲଘୁଚାପ କ୍ଷେତ୍ର ନିକଟରେ ପବନର ଘୂର୍ଣ୍ଣୟମାନ ବେଗ ବୃଦ୍ଧି ପାଇବାରେ ଲାଗିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଫଳରେ ଏହା ଅଧିକ ଘନୀଭୂତ ହେବାରେ ଲାଗିଛି।ଶୁକ୍ରବାର ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ Continue Reading
ଭୁବନେଶ୍ୱର,୨୨/୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଛନ୍ତି।ପ୍ରାୟତଃ ବିରୋଧୀଙ୍କ କଟାକ୍ଷକୁ ଖାତିର କରୁ ନ ଥିବା Continue Reading
ଭୁବନେଶ୍ବର,୨୨/୫: ବହୁ ପ୍ରତୀକ୍ଷିତ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଆସନ୍ତା ୨୬ ତାରିଖ ଦିନ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର ଦିନ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।ସିଏଚ୍ଏସ୍ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ୨୬ ତାରିଖ ଅପରାହ୍ଣରେ ପ୍ରକାଶ ପାଇବ। ପିଲାମାନେ ସିଏଚ୍ଏସ୍ଇର ୱେବ୍ସାଇଟ୍ Continue Reading
ଭୁବନେଶ୍ୱର,୨୨/୫: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଡିପ୍ରେସନ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ତୀବ୍ର ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।ଏହାର ପ୍ରଭାବରେ ୨୨ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ […]Continue Reading




