Home Posts tagged Bhubaneswar (Page 138)
Odisha News
ଭୁବନେଶ୍ୱର,୨୧/୫: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ। ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି।୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି। କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ନୋଟିସ ହୋଇଛି। ବାଚସ୍ପତିଙ୍କ Continue Reading
Odisha News
ଭୁବନେଶ୍ୱର,୨୦/୫: ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି । ବରଗଡରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୫୫.୬୫ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି ।ସୁନ୍ଦରଗଡରେ ୬୧.୫୩ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା । ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ରରେ ୭୯ […]Continue Reading
Odisha News
ଭୁବନେଶ୍ବର, ୨୦/୫: ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ମତଦାନ ହୋଇଛି ।ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ମତଦାନ ହୋଇଥିବାବେଳେ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହୋଇଛି । ଏହାସହ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ୪.୮୯ ପ୍ରତିଶତ ମତଦାନ ହେଇଥିବା ନେଇ […]Continue Reading
Odisha News
ଭୁବନେଶ୍ୱର,୧୯/୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ଟିକେଟ୍ କଟିଥିବାରୁ ସେ ବିମୁଖ ହୋଇ ବିଜେଡି ଛାଡ଼ିଥିଲେ।ବିଜେଡି ଛାଡ଼ିବା ପରେ ସମୀର ସମର୍ଥକଙ୍କ ସହ ଆସି ଭାଜପା କାର‌୍ୟ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ Continue Reading
Top Stories
ଓଡ଼ିଶା, ୧୮/୫ :ରାଜ୍ୟବାସୀଙ୍କ ତାତିରୁ ମିଳିବ ଆଶ୍ୱସ୍ତି। ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହାକ୍ରମେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ Continue Reading
Odisha News
ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ନିର୍ବାଚନ ପ୍ରଚାର ଶେଷଦିନରେ ବହୁ କେନ୍ଦ୍ରୀୟ ନେତା ପ୍ରଚାର କରିବେ।ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ Continue Reading
Odisha News
ଭୁବନେଶ୍ବର, ୧୭/୫: ବରିଷ୍ଠ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟଙ୍କୁ ବିଜେପି ବହିଷ୍କାର କରିଛି। ବିଜୟ ମହାପାତ୍ର ବିଜେପିର ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଥିଲେ। ଚଳିତ ବିଧାନସଭା ନିର୍ବାଚନରେ ବିୟଜଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରା ଆସନରୁ ବିଜେଡି ଟିକେଟରେ ଅବତୀର୍ଣ୍ଣ ହୋଇଛନ୍ତି।ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ Continue Reading
Odisha News
ଭୁବନେଶ୍ବର, ୧୭/୫: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ତାରିଖ ଦିନ ପୋଷ୍ଟର ମରାକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍ (ଏସ୍ଆଇଟି) ଗଠନ ହୋଇଛି।ଏସ୍ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍, ଫୋରେନ୍ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ଏହି ଘଟଣାର ତଦନ୍ତ ହେବ। ହତ୍ୟା ଘଟଣାରେ ସଂପୃକ୍ତ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ Continue Reading
Odisha News
ଭୁବନେଶ୍ୱର,୧୭/୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ କରିଛି। ଭୁବନେଶ୍ୱରର ସାଲିଆ ସାହିରେ ଦଳର ‘ଆଶୀର୍ବାଦ ସମାବେଶ’ରେ ଯୋଗଦେବାବେଳେ ବରିଷ୍ଠ ଭାଜପା ନେତା ତଥା ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ଶୁକ୍ରବାର ଦିନ କହିଛନ୍ତି ଯେ ସାଲିଆ ସାହିରେ ବସ୍ତି ବାସିନ୍ଦାଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଦଳର ଲୋକ ସଭା ପ୍ରାର୍ଥୀ ଆପରାଜିତା ଷଡ଼ଙ୍ଗୀ ଚେଷ୍ଟା କରୁଛନ୍ତି। Continue Reading
Odisha News
ଭୁବନେଶ୍ବର, ୧୭/୫: ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ନୂଆପଲ୍ଲୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍ ସମ୍ମୁଖରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି।ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣା ପରେ ନୂଆପଲ୍ଲୀରେ ଉତ୍ତେଜନା ପ୍ରକାଶ ପାଇଛି। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା Continue Reading