Home Archive by category Odisha News (Page 68)

Odisha News

Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ୱର, ୧୩/୭ : ଓଡ଼ିଶାରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ଆସନ୍ତା ସାତ ଦିନ ଧରି ରାଜ୍ୟରେ ବ୍ୟାପକ ବର୍ଷା ସହ ବଜ୍ରପାତ, ଘଡ଼ଘଡ଼ି ଏବଂ ଦମକା ପବନର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି।ବିଶେଷକରି ଜୁଲାଇ ୧୪ରୁ ୧୬ ମଧ୍ୟରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ କନ୍ଧମାଳ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ Continue Reading
Odisha News
ଭୁବନେଶ୍ୱର, ୧୩/୭ : ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ବଲାଙ୍ଗିର ଲୋଏର୍ ସୁକତେଲ ପ୍ରକଳ୍ପରେ କାର‌୍ୟ୍ୟ ରତ ନିର୍ବାହୀ ଯନ୍ତ୍ରୀ ତଥା କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ଘରେ ଚଢ଼ଉ ଜାରି ରହିଛି । ଖବର ଲେଖାଯିବା ବେଳକୁ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଯାହାକୁ ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ଏଯାବତ ତାଙ୍କର ଗୋଟେ ବାଣିଜ୍ୟିକ କୋଠା, ୮ଟି ମୂଲ୍ୟବାନ ଜମି, […]Continue Reading
Odisha News
ଭୁବନେଶ୍ବର, ୧୨/୭ : ବରିଷ୍ଠ ନେତା ତଥା ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।ଏହା Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟଋାୟଗଡ଼ା/ଚନ୍ଦ୍ରପୁର, ୧୨/୭ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଢେଲାପଡା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କ ଅନୁପ୍ରେରଣାରେ ଲାଞ୍ଜିଗଡ଼ ଡି.ଏ. ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ରୁ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଶ୍ରୀମାନ ବିଶ୍ୱଜିତ ସାହୁକାର ତାଙ୍କର ୧୮ ତମ ଜନ୍ମ ଦିବସ ରେ ମା ଙ୍କ ନାମରେ ଗଛଟିଏ Continue Reading
Odisha News
ଭୁବନେଶ୍ୱର, ୧୨/୭ : ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ବିଜେପି ମିଶ୍ରଣକୁ ନେଇ ଏବେ ରାଜ୍ୟ ରାଜନୀତି ଗରମ ହେବାରେ ଲାଗିଛି।ଏହି କ୍ରମରେ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରଭାତଙ୍କ ଉପରେ ବର୍ଷିବା ସହ ଏକ ବିବାଦୀୟ ବୟାନ ଦେଇଛନ୍ତି। ପ୍ରଭାତ ବିଶ୍ଵାଳଙ୍କୁ ‘ପୋକ ବାଇଗଣ’ ସହ ତୁଳନା କରି ସେ ଦଳ ଛାଡ଼ିବା ଦ୍ଵାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପ୍ରମିଳା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୭ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ନିୟୋଜିତ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଶନିବାର ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ୱେଚ୍ଛାକୃତ ରକ୍ତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି।ଅଭିଯୋଗ ଅନୁଯାୟୀ, ଖୋରଧା ର ନିୟମିତ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଯାଜପୁର , ୧୧ / ୭ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଗୋପବନ୍ଧୁ ନଗରରେ ଜଣେ ବ୍ୟକ୍ତିଙ୍କ ଘରୁ ୫ଲକ୍ଷ ଟଙ୍କା ଚୋରୀ କରି ଫେରାର ହୋଇଯାଇଥିବା ଦୁର୍ବୁତକୁ ପୁଲିସ ଗିରଫ କରିବା ସହ ତାନିକଟରୁ ୪ଲକ୍ଷ ୧୯ ହଜାର ଟଙ୍କା ଜବତ କରିଛି ।ସୂଚନା ମୁତାବକ ଏହି ଥାନା ସୁନ୍ଦୁରିଆ ଗ୍ରାମର ଔଷଧ ବ୍ୟବସାୟୀ ଶରତ କୁମାର ଦାସ ଜାରକା ଗୋପବନ୍ଧୁ ନଗରରେ କିଛି ବର୍ଷ ହେଲା ଘର କରି […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବାଲିଗୁଡା ଶାଖାର ଏକ ବୈଠକ ସଂଘ ସଭାପତି ମଣିରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ଭୁଲ ବୁଝାମଣା ଓ ମତଭେଦ ଦୂର ଉପରେ ଆଲୋଚନା କରାଯାଇଥିଲା ।ସଂଘ ର ସଭାପତି ଶ୍ରୀ ନାୟକ […]Continue Reading
Odisha News
ଭୁବନେଶ୍ଵର, ୧୧/୭ : ରାଜନୈତିକ ରାଲିରେ ସ୍କୁଲ-ଛାତ୍ରୀଙ୍କୁ ସାମିଲ ମାମଲାରେ ବିଜେଡି ନେତାଙ୍କ ମୁସ୍କିଲ ବଢିବାକୁ ଯାଉଛି। ମାମଲାରେ ବିଜେଡି ସଭାପତି ଓ ନେତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। କାହିଁକି ରାଲିରେ ନବାଳିକ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଗଲା ସେ ନେଇ କାରଣ ଦର୍ଶାଇବାକୁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ରାଜନୈତିକ ପ୍ରତିବାଦ ସଭାର Continue Reading
Odisha News
ଜଟଣୀ, ୧୧/୭ : ବିଚ୍ ରାସ୍ତାରେ ଜଗାକୁ ହତ୍ୟା । ଜଟଣୀ ଥାନା ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ଘଟିଯାଇଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମାର୍କଣ୍ଡ ଛକରେ ଛିଡ଼ା ହୋଇଥିବା ବେଳେ ଜଗାଙ୍କୁ ଆକ୍ରମଣ କରିଥିଲେ । […]Continue Reading