Home Archive by category Odisha News (Page 181)

Odisha News

Odisha News
ଭୁବନେଶ୍ୱର, ୧୨/୯ : ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED । ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନଭିନ୍ ଚଳାଇଛନ୍ତି। ପୂର୍ବରୁ ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ ଭିଡିଓ ରଖି ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା । ଜାନୁଆରୀ ୨୦୨୩ରେ ଘର ଆଟାଚ କରିଥିଲା ED ।ମିଳିଥିବା ସୂଚନା ଅନୁସାରେ, ୨୦୨୨ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୨/୯ : ଖୋର୍ଦ୍ଧା ବ୍ରାଉନସୁଗାର ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି । ଏହାର ଆଖପାଖ ଅଞ୍ଚଳରେ ବେପାରୀ ଖୁଲୁମଖୁଲା ତାର ବେପାର କାୟା ମେଲେଇ ଚାଲିଛନ୍ତି।ସହରରେ ଚଢ଼ାଉ ହେଲେ ବେପାରୀ ଗ୍ରାମ ଅଞ୍ଚଳକୁ ଚାଲିଯାଉଛନ୍ତି । ଗୁରୁବାର ସଦର ଥାନା ଅନ୍ତର୍ଗତ ରାଇରଙ୍ଗ ଅଲିସର ମୋରମ୍ ମୁଣ୍ଡିଆ ନିକଟରୁ ୨ ଜଣ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ। ଗିରଫଦ୍ବୟ ହେଲେ ସ୍ଥାନୀୟ ବଣିଆଟାଙ୍ଗୀ ଗ୍ରାମର Continue Reading
Odisha News
ରାୟଗଡ଼ା, ୧୨/୯ : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ମହିଳା ନାଏବ ସରପଞ୍ଚଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ନାଏବ ସରପଞ୍ଚ ହେଲେ ନରସିଂହ ତ୍ରିପାଠୀଙ୍କ ପତ୍ନୀ ରଞ୍ଜିତା ତ୍ରିପାଠୀ । ପରିବାର ପକ୍ଷରୁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।ପ୍ରାପ୍ତ ସୂଚନା ମୁତାବକ, ୨୦୦୭ ରେ ରଂଜିତା ଓ ନରସିଂହ ତ୍ରିପାଠୀଙ୍କ ମଧ୍ୟରେ ବିବାହ ହୋଇଥିଲା […]Continue Reading
Odisha News
ଭୁବନେଶ୍ୱର, ୧୨/୯ : ବିଜୁ ଜନତା ଦଳରେ ତୁଣ୍ଡ ଖୋଲିବା ମହାପାପ । ଏମିତିକି ଦଳକୁ ସୁସଙ୍ଗଠିତ କରିବାକୁ ପରାମର୍ଶ ଦେବା ମଧ୍ୟ ଭୁଲ । ବିଜେଡ଼ିରୁ ଦୂରେଇ ଯିବାକୁ ମନ୍ତବ୍ୟ ଦେଇଥିବା ପ୍ରଫୁଲ୍ଲ ମଲ୍ଲିକ ପାଇଁ ପରଦିନ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି ।ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୯ : ନୟାଗଡ ଜିଲ୍ଲାର ଲକ୍ଷାଧିକ ଚାଷୀକୂଳଙ୍କୁ ଧାନ ରୋଇବାର ୨୧ ଦିନ ଭିତରେ ବିଜେପି ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଥିବାର ସୁଯୋଗ ନେଇ ଘରୋଇ ସାର ବିତରକ ସଂସ୍ଥା ମାନେ ସାର ଅଭାବୀ ବିକ୍ରି ଆଳରେ ମାତ୍ରାଧିକ କଳାବଜାରୀ କରି ୟୁରିଆ ବସ୍ତା ପ୍ରତି ୯୦୦ ଟଙ୍କାରେ ଖୋଲା ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି ।ଏଥିପାଇଁ ନୟାଗଡ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନୟାଗଡ ବିଧାୟକ ପ୍ରାର୍ଥୀ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୨/୯ : ଏଣିକି ବିଦ୍ୟୁତ୍ ସମସ୍ୟାରୁ ଉପଭୋକ୍ତାଙ୍କୁ ମିଳିବ ମୁକ୍ତି। ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।ଟିପିଏନଓଡିଏଲ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର Continue Reading
Odisha News
ଭୁବନେଶ୍ୱର, ୧୧/୯ : ରାଜ୍ୟରେ ସାରର କୌଣସି ଅଭାବ ନାହିଁ। ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ କାର୍ଯ୍ୟ ସୁରୁଖୁରରେ ଚାଲିଛି । ସାର ସମସ୍ୟା ନେଇ ବସିଥିବା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲାମ୍ପ୍ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ […]Continue Reading
Odisha News
ଭୁବନେଶ୍ୱର, ୧୧/୯: ରାଜ୍ୟରେ ଦିନକୁ ଦିନ ସଡ଼କ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନେଉଛନ୍ତି, ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ବିଷୟରେ ଅବଗତ ଥିଲେ ମଧ୍ୟ ଏହାକୁ ପାଳନ କରୁନାହାନ୍ତି । ୨୦୨୪ରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବିଶ୍ଲେଷଣରୁ ଏଭଳି ତଥ୍ୟ କିଛି ସାମ୍ନାକୁ ଆସିଛି ।ସଡ଼କ ସୁରକ୍ଷା ନିୟମ ପାଳନର […]Continue Reading
Odisha News
ଭୁବନେଶ୍ୱର, ୧୧/୯ : ରାସନକାର୍ଡରେ ଇ-କେୱାଇସି ସଂଯୋଗୀକରଣ ନିୟମ ଲାଗୁ ହେବା ପରେ ଧରାପଡ଼ିଛନ୍ତି ଲକ୍ଷ ଲକ୍ଷ ଭୂତ ହିତାଧିକାରୀ ।ରାସନ କାର୍ଡ ପାଇଁ ଇ-କେୱାଇସି ଲାଗୁ କରିବା ପରେ ୫ ଲକ୍ଷ ୭୫ ହଜାର କାର୍ଡ ମୃତ ବ୍ୟକ୍ତିଙ୍କ ନାମରେ ରହିଥିଲା । ଖାଲି ସେତିକି ନୁହେଁ ୧ ଲକ୍ଷ ୫ ଜଣ ଲକ୍ଷ କରଦାତା ମଧ୍ୟ ରାସନକାର୍ଡ ହାତେଇଥିବା ଧରାପଡ଼ିଥିଲେ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୯ : ବୁଧବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ଇଚ୍ଛାପୁର ଗ୍ରାମକୁ ପରିଦର୍ଶନ କରିଥିଲେ ।ଉକ୍ତ ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ହେବାକୁ ଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଚାଲିଥିବା ଗାତ ଖୋଳା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା Continue Reading