Odisha News

ବୌଦ୍ଧ ଜିଲ୍ଲା ବିଜେପିର ମାସିକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ : ଆଗାମୀ ‘ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ’ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସମ୍ପନ୍ନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୧୧: ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ମାସିକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ରାଜ୍ୟ ଉପ-ସଭାପତି ଡ. ଯତୀନ ମହାନ୍ତି, ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଅଗ୍ରୱାଲ ଏବଂ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଡମ୍ବରୁ କଁହର ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ।
ବୈଠକରେ ଜିଲ୍ଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା, ବିଭିନ୍ନ ସାଙ୍ଗଠନିକ କାର‌୍ୟ୍ୟ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ମଣ୍ଡଳ, ଶକ୍ତିକେନ୍ଦ୍ର ଏବଂ ବୁଥ୍ ସ୍ତରରେ ନିୟମିତ ସାଙ୍ଗଠନିକ ବୈଠକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହାସହିତ ଆଗାମୀ ଦିନରେ ହେବାକୁଥିବା “ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ” ଜିଲ୍ଲା ସ୍ତରୀୟ ପଦଯାତ୍ରାକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଏଥିପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା ।
ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲାର ପୂର୍ବତ୍ତନ ଜିଲ୍ଲା ସଭାପତି, ଯାହାଙ୍କ ନେତୃତ୍ୱରେ ଦଳ ଦୁଇଟି ଜିଲ୍ଲା ପରିଷଦ ପ୍ରାର୍ଥୀ ବୀଜୟଲାଭ କରିଥିଲେ ସ୍ବର୍ଗତଃ ଶ୍ରୀ ସୌମିତ୍ରି ନାଏକଙ୍କ ବିୟଗରେ, ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସାଙ୍ଗଠନିକ ବୈଠକରେ କାର‌୍ୟ୍ୟକର୍ତ୍ତା ମାନେ ନିରବ ପ୍ରାର୍ଥନା କରିଥିଲେ ।
ଆଜିର ଏହି ବୈଠକରେ ଜିଲ୍ଲାର ସମସ୍ତ ପଦାଧିକାରୀ, ଜିଲ୍ଲାର ପୂର୍ବତନ ସଭାପତିଗଣ, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ ଏବଂ ସମସ୍ତ ମୋର୍ଚ୍ଚାର ସଭାପତିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related Posts