ପାଟକୁରା ଚାଷୀଙ୍କ ଜଳ ନିଷ୍କାସନ ସମସ୍ୟା: ରାଜସ୍ବ ମନ୍ତ୍ରୀଙ୍କୁ ବ୍ଲୁ-ପ୍ରିଣ୍ଟ ପ୍ରଦାନ କଲେ ବିଧାୟକ ଅରବିନ୍ଦ ମହାପାତ୍ର
ସୁଦାମ ପାତ୍ରଙ୍କ ରିପୋର୍ଟ
କେନ୍ଦ୍ରାପଡ଼ା/ଓଡ଼ିଶା , ୧୨/୧୧ : ପାଟକୁରା ନିର୍ବାଚନ ମଣ୍ଡଳୀର ଚାଷୀମାନେ ବର୍ଷ ବର୍ଷ ଧରି ସମ୍ମୁଖୀନ ହେଉଥିବା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିଛନ୍ତି ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।
କେବଳ ମୌଖିକ ଅଭିଯୋଗ ନକରି, ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଏକ ବିସ୍ତୃତ ବୈଷୟିକ ବ୍ଲୁ-ପ୍ରିଣ୍ଟ (ପ୍ରକଳ୍ପ ରିପୋର୍ଟ) ମନ୍ତ୍ରୀଙ୍କ ହସ୍ତରେ ଅର୍ପଣ କରାଯାଇଛି।
ପ୍ରତିବର୍ଷ ବର୍ଷା ଓ ବନ୍ୟାରେ ହଜାର ହଜାର ଏକର ଧାନ ଫସଲ ନଷ୍ଟ ହେଉଥିବା ସମସ୍ୟା ଉପରେ ଗମ୍ଭୀର ଦୃଷ୍ଟି ଆକର୍ଷଣ।
କଲଭର୍ଟ, ସାଇଫନ୍ ନିର୍ମାଣ ଏବଂ ପୁରୁଣା କେନାଲ/ନାଳଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରସ୍ତାବ।
ତୁରନ୍ତ ସ୍ୱତନ୍ତ୍ର ପାଣ୍ଠିରୁ ଅନୁଦାନ ମଞ୍ଜୁର କରିବାକୁ ଅନୁରୋଧ।
ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଗଠନମୂଳକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଖୁବ୍ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରାଯାଇ ଆବଶ୍ୟକୀୟ ପାଣ୍ଠି ବରାଦ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏପରି ଜନକଲ୍ୟାଣକାରୀ ପଦକ୍ଷେପକୁ ସ୍ଥାନୀୟ ଚାଷୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।




