କାଲାମ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ତରଫରୁ ଫକୀର ମୋହନ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ : କାଲାମଙ୍କ ସ୍ୱପ୍ନକୁ ରଙ୍ଗ ଓ ଜ୍ଞାନରେ ଜୀବନ୍ତ କଲେ ଛାତ୍ରଛାତ୍ରୀ
ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୨୫/୯ : ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ଓ ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କାଲାମଙ୍କ ଜାତୀୟ ସ୍ତରୀୟ ଜୟନ୍ତୀ ଅବସରରେ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ପରିସର ଆଜି ପାଲଟିଥିଲା ଜ୍ଞାନ, ସୃଜନଶୀଳତା ଓ ଦେଶପ୍ରେମର ଏକ ଅନନ୍ୟ ମଞ୍ଚ।
ଜାତୀୟ ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହାକୁ ମହାବିଦ୍ୟାଳୟ ଅଧକ୍ଷ ସୁଜିତ କୁମାର ଦାସ ପ୍ରଭୂ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ.
କାଲାମଙ୍କ ଜୀବନ, ତାଙ୍କର ବୈଜ୍ଞାନିକ ଚିନ୍ତାଧାରା, ଶିକ୍ଷା ପ୍ରତି ଅବଦାନ, ଯୁବସମାଜ ପାଇଁ ତାଙ୍କର ପ୍ରେରଣା ଏବଂ “ସ୍ୱପ୍ନ ଦେଖ, ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କର ଏବଂ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କର”—ଏହି ଚିନ୍ତାଧାରାକୁ କେନ୍ଦ୍ର କରି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଅନ୍ୟପକ୍ଷରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କାଲାମଙ୍କ ବ୍ୟକ୍ତିତ୍ୱ, ଭାରତର ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି, ଯୁବଶକ୍ତି ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ଛାତ୍ରଛାତ୍ରୀମାନେ ନିଜ ତୁଳି ଓ ରଙ୍ଗରେ ଅତ୍ୟନ୍ତ ସୁନ୍ଦର ଭାବେ ଫୁଟାଇଥିଲେ। ଚିତ୍ରଗୁଡ଼ିକରେ କେବଳ ରଙ୍ଗ ନଥିଲା; ଥିଲା ଭାରତର ଭବିଷ୍ୟତ ପାଇଁ ଏକ ସ୍ୱପ୍ନ ଓ ସନ୍ଦେଶ।
କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଅଗ୍ନିଡେଣା ବିଜ୍ଞାନ ପତ୍ରିକାର ସମ୍ପାଦକ, ବିଶ୍ୱ ରେକର୍ଡ ଅଧିକାରୀ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ ପଙ୍କଜ କୁମାର ଜେନା ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଡଃ କାଲାମଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଯେ, କାଲାମ କେବଳ ଜଣେ ବୈଜ୍ଞାନିକ ନୁହଁନ୍ତି; ସେ ଥିଲେ ଭାରତର ଯୁବପିଢ଼ି ପାଇଁ ଆଶା, ସ୍ୱପ୍ନ ଓ ସଫଳତାର ଜୀବନ୍ତ ପ୍ରତୀକ।
ଏହି ଅବସରରେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ, କୁଞ୍ଜ ବିହାରୀ ମହାନ୍ତି ଓ ଅଧ୍ୟାପିକା ମିତାଲି ରାଉତରାୟ, ସୁଚିତ୍ରା ଜେନା, ବିଚିତ୍ରା ପ୍ରଧାନ ଓ ଅଧ୍ୟାପକ ମନୋରଞ୍ଜନ ପଣ୍ଡା, ଚଟାର୍ଡ଼ ସଂଜୀବ କୁମାର ନାୟକ, ଇଞ୍ଜିନିଅର ପ୍ରଭାତ କୁମାର ଜେନା କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ କେବଳ ପ୍ରତିଯୋଗିତା ନୁହେଁ; ବରଂ ଛାତ୍ରଛାତ୍ରୀଙ୍କ ମନରେ ବଡ଼ ସ୍ୱପ୍ନ ଦେଖିବା, ଦେଶ ପାଇଁ କିଛି କରିବା ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା।
“କାଲାମଙ୍କ ସ୍ୱପ୍ନ—ଯୁବଶକ୍ତିର ସଙ୍କଳ୍ପ, ବିକଶିତ ଭାରତର ନୂଆ ପରିକଳ୍ପନା”
ଏହି ଜାତୀୟ ସ୍ତରୀୟ ଆୟୋଜନ ବାଲେଶ୍ୱରରେ କାଲାମଙ୍କ ଆଦର୍ଶକୁ ଯୁବପିଢ଼ି ମଧ୍ୟରେ ପହଞ୍ଚାଇବା ସହିତ ଜ୍ଞାନ, କଳା ଓ ଦେଶପ୍ରେମର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।ଏହି କାର୍ଯ୍ୟକ୍ରମ କୁ ଇଞ୍ଜିନିଅର ଉପେନ୍ଦ୍ର ବେହେରା ,ଦିଲୀପ କୁମାର ନାୟକ, ହେମନ୍ତ ବେହେରା, ବିଜୟ କୁମାର ସ, ଜିତେନ୍ଦ୍ର ମହାଳିକ, ବଳରାମ ସ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ଆରମ୍ଭ ରେ ଶୁଭଶ୍ରୀ ମିଶ୍ର ଅତିଥି ମାନଙ୍କୁ ଆହ୍ୱାନ କରିବା ସହ ବୃକ୍ଷ ଓ ଉତ୍ତରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ. ଟ୍ରଷ୍ଟ ର ଅର୍ଥ ସମ୍ପାଦକ ହରିପଦ ଭୂଇଁଆ ଧନ୍ୟବାଦ ଦେଇଥିଲେ ।




