IB କମ୍ପାନୀର କାର୍ଯ୍ୟଧାରାକୁ ନେଇ ବଲାଙ୍ଗୀରର ବ୍ରଏଲର ଚାଷୀଙ୍କ ଅସନ୍ତୋଷ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର/ଓଡ଼ିଶା,୯/୧୧ : ଗତ ଛଅ ମାସ ଧରି IBଗ୍ରୁପ୍ରେ Integrated ପଦ୍ଧତିରେ ବ୍ରଏଲର କୁକୁଡ଼ା ଚାଷ କରୁଥିବା ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଛନ୍ତି। ନିମ୍ନମାନର କୁକୁଡ଼ା ଛୁଆ (Chicks) ଯୋଗାଣ ଯୋଗୁଁ ମୃତ୍ୟୁହାର ବୃଦ୍ଧି ପାଉଥିବା ବେଳେ,କମ୍ପାନୀର ନୂତନ Growing Charge ନିୟମ ଅନୁଯାୟୀ ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ କିମ୍ବା ଞଷସଦ୍ଭଦ୍ଭସଦ୍ଭଶ କରାଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ,ନିର୍ଦ୍ଧାରିତ ସମୟରେ କୁକୁଡ଼ା ଉଠାଣ ନହେବା ଫଳରେ ଫାର୍ମରେ କୁକୁଡ଼ାଙ୍କ ଘନତା ଓ ଚାପ ବୃଦ୍ଧି ପାଉଛି।
ଏହାସହିତ ମୃତ୍ୟୁହାର ବଢ଼ିବା ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ଦିନକୁ ଦିନ ଗୁରୁତର ହେଉଛି।ଜିଲ୍ଲାର ଅନେକ ଚାଷୀଙ୍କ ଫାର୍ମରେ ଦୈନିକ ପ୍ରାୟ ୪୦ରୁ ୧୦୦ଟି ପର୍ଯ୍ୟନ୍ତ କୁକୁଡ଼ା ମୃତ୍ୟୁ ହେଉଥିବା ଚାଷୀମାନେ ଦାବି କରିଛନ୍ତି।
ଏହି ସମସ୍ୟାର ସମାଧାନ ନିମନ୍ତେ ଗତ ନଭେମ୍ବର ୪ ଓ ୫ ତାରିଖରେ ବଲାଙ୍ଗୀର Broiler Poultry Farmers Associationର ସଭାପତି,ଉପସଭାପତି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଏକ ପ୍ରତିନିଧିମଣ୍ଡଳୀ IB ଗ୍ରୁପ୍ର Regional Officeର ମୁଖ୍ୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଅଧିକାରୀଙ୍କ ପକ୍ଷରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁକୁଡ଼ା ଉଠାଣ ଓ Thinning ସମସ୍ୟାରେ ଆଶାନୁରୂପ ସୁଧାର ଆସିନଥିବା ଚାଷୀମାନେ କହିଛନ୍ତି।
ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନିରାଶା ପ୍ରକାଶ ପାଇଛି।କମ୍ପାନୀର ଏକପାଖିଆ ନୀତି ଓ କାର୍ଯ୍ୟଧାରା ଯୋଗୁଁ ଚାଷୀମାନେ ଆର୍ଥିକ ଭାବେ ଦୁର୍ବଳ ହେଉଥିବା ଅଭିଯୋଗ କରିଛନ୍ତି।
ଚାଷୀଙ୍କ ମତରେ,କୁକୁଡ଼ା ପାଳନର ସମସ୍ତ ଦାୟିତ୍ୱ ଓ ଝୁମ୍ପ ଚାଷୀଙ୍କ ଉପରେ ରହୁଥିବା ବେଳେ ଉଠାଣ ଓ ବଜାରଜାତକରଣ ସମ୍ପର୍କିତ ନିଷ୍ପତ୍ତିରେ ଚାଷୀଙ୍କ ମତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ।
ଚାଷୀମାନେ ଦାବି କରିଛନ୍ତି ଯେ,୪୨ ଦିନ ପରେ କୁକୁଡ଼ା ଉଠାଣ ପାଇଁ ଏକ ସ୍ପଷ୍ଟ ସମୟସୀମା ଧାର୍ୟ୍ୟ କରାଯାଉ,ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟରେ Thinning କରାଯାଉ,ଗୁଣାତ୍ମକ Chicks ଯୋଗାଣ ସୁନିଶ୍ଚିତ ହେଉ ଏବଂ ମୃତ୍ୟୁହାର ଓ ଅନ୍ୟାନ୍ୟ କ୍ଷତିର ଦାୟିତ୍ୱ ନିରପେକ୍ଷ ଭାବେ ଯାଞ୍ଚ କରାଯାଉ।
ଯଦି ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ,ତେବେ କମ୍ପାନୀର ଏକପାଖିଆ ନୀତି ବିରୋଧରେ ଶାନ୍ତିପୂର୍ଣ୍ଣ ଓ ଆଇନ ସମ୍ମତ ଭାବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବଲାଙ୍ଗୀର ଜିଲ୍ଲାର କ୍ଷତିଗ୍ରସ୍ତ ବ୍ରଏଲର ଚାଷୀମାନେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।
ଚାଷୀଙ୍କ ସ୍ପଷ୍ଟ ମତ,ଚାଷୀଙ୍କ ପରିଶ୍ରମ ଓ ନିବେଶର ସମ୍ମାନ ହେବା ଦରକାର।କମ୍ପାନୀର ବ୍ୟବସାୟିକ ନୀତି ଯେପରି ଗୁରୁତ୍ୱପୂର୍ଣ୍ଣ, ଚାଷୀଙ୍କ ଜୀବିକା ଓ ଆର୍ଥିକ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।




