ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଉତ୍ସବ
ଗୁଲାମ୍ ଗସ୍ଙ୍କ ରିପୋର୍ଟ
ଧର୍ମଶାଳା/ଯାଜପୁର,୨୭/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ରଥାରୁଡ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଭଦ୍ର , ଦେବୀ ସୁବଦ୍ରାଙ୍କ ଆଜି ନିଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବିଧି ଅନୁଯାୟୀ ମୁନସୀ ମେଲଣ କମିଟି ଦ୍ୱାରା ପରିଚାଳିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆସିଥିବା ମିଠା ଭାର ଠାକୁରଙ୍କ ନିକଟରେ ଭୋଗ ଲାଗିକରାଯାଇଥିଲା ।
ରଥାରୁଡ ଠାକୁରଙ୍କ ନିତିକାନ୍ତି ଓ ପୂଜାର୍ଚ୍ଚନା ପରେ ବ୍ରାହ୍ମଣମାନେ ପହଣ୍ଡି କରି ଠାକୁରଙ୍କୁ ରତ୍ନବେଦୀକୁ ନେଇ ସେଠାରେ ସ୍ଥାପନ କରିଛନ୍ତି । ଠାକୁରଙ୍କ ଏହି ନିଳାଦ୍ରୀ ବିଜେ ଉତ୍ସବ ଦେଖିବା ଲାଗି ସ୍ଥାନୀୟ ଅଂଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ।
ଆସନ୍ତା କାଲି ଠାରୁ ସାଧାରଣ ଲୋକେ ମନ୍ଦିର ରତ୍ନବେଦୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ।
ଠାକୁରଙ୍କ ନିଳାଦ୍ରୀ ବିଜେ ଉତ୍ସବ ଦେଖିବା ଲାଗି ଆଜି ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ ଲାଗିରହିଥିଲା ।
ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ମନ୍ଦିର କମିଟି ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଶଣ କରାଯାଇଥିଲା।
ଏହି ଅବସରରେ ସମାଜସେବୀ ମିନତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କିଛି ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରଦତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କୁମାରୀ, ଦେଉଳୀ, ଭାଲୁଖାଇ ଶ୍ରୀ ଶ୍ରୀ ହରିଗୋଶେଇଁ ସଂକୀର୍ତନ ମଣ୍ଡଳୀ,ଭାଲୁଖାଇ, ଦେଉଳୀ, କୁମାରୀ ରଥ ପରିଚାଳନା ସଂଘ,ଧର୍ମଶାଳା ଜାରକା ଗୋମାତା ସେବା ସଂଘକୁ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏଥିସହ ସ୍ଥାନୀୟ ଅଂଚଳର ପ୍ରତିଭାବାନ ବ୍ୟକ୍ତିତ୍ୱ ରାଜ୍ୟ ସାହିତ୍ୟ ଏକାଡେମୀ, ରାଜ୍ୟ ସରକାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବଟକୃଷ୍ଣ ଓଝା ଓ ଚଳିତ ଓଏଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଦେଉଳିପାଳ ଗ୍ରାମର ବିଶ୍ୱଜିତ ରାଉତଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଭାପତି ଇଂ କଳ୍ପତରୁ ସାହୁ, ସମ୍ପାଦକ ମନୋଜ କୁମାର ରଣା,କୋଷାଧ୍ୟକ୍ଷ ଅଭୟ କୁମାର ରାଉତ,ସହ ସମ୍ପାଦକ ଜ୍ଞାନେନ୍ଦ୍ର ରାଉତ, ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ,କାର୍ତିକ ଚନ୍ଦ୍ର ସ୍ୱାଇଁ, କେଳୁ ଚରଣ ନାୟକ, ପ୍ରଶନ୍ନ କୁମାର ବରାଳ, ପ୍ରଫୁଲ୍ଲ ସର,ଚିତରଞ୍ଜନ ଦାସ, ସୁନିଲ ରାଉତରାୟ, ପ୍ରଦୀପ୍ତ ରାଉତ, ଅଶୋକ କୁମାର ଜେନା ଓ ମୁନସୀ ମେଲଣ କମିଟିର କାର୍ଯ୍ୟକାରୀ ସଭାପତି ଜଳଧର ମହାନ୍ତି,ସମ୍ପାଦକ ପ୍ରମୋଦ କୁମାର ଦାସ, ମନୋଜ ରାଉଳ, ଶରତ ଓଝା, ଅଲୋକ ଲେଙ୍କା, ସୁର୍ଯ୍ୟକାନ୍ତ ରାଉତ,ରମେଶ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରଥ,ପଥ ଓ ଶ୍ରୀଜଗନ୍ନାଥ ସଂସ୍କୃତିି ସମ୍ପର୍କରେ ଅଲୋଚନା (ଫଟୋ)
ଧର୍ମଶାଳା,୨୭ ।୭( ):ଧର୍ମଶାଳା ବ୍ଲକ ଜାରକା ଜେମାଶୁଣୀପୀଠସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ୟ୍ୟାଳୟରେ ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରଥ, ପଥ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଏକ ଅଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ସାହିତ୍ୟ ସମାଜର ସଭାପତି ଅବସରପ୍ରାପ୍ତ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ, ପ୍ରଶାନ୍ତ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ପ୍ରବଚକ କାମଦେବ ଶତପଥୀ ଓ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ବେହେରା ଯେଗଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ବେଣୁଧର ନାୟକ, ଗାଳ୍ପିକ ଅର୍ଜୁନ ପୃଷ୍ଟି, ସାହିତ୍ୟିକ ବ୍ରଜକିଶୋର ଶତପଥୀ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସରଜିନୀ ପଣ୍ଡା,ସାହିତ୍ୟିକ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସାହିତ୍ୟିକ ବେଣୁଧର ଦାଶ, ବଟକୃଷ୍ଣ ସାହୁ, ଅଖିଳ କୁମାର ସ୍ୱାଇଁ, ଇଶ୍ୱର ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସର୍ମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଚୋରା ଦେଶୀ ମଦ ଜବତ, ବେପାରୀ ଗିରଫ (ଫଟୋ)
ଧର୍ମଶାଳା,୨୭ ।୭( ): ଧର୍ମଶାଳା ପୁଲିସ ଆଜି ଦୁଇଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୫୦ ଲିଟର ଦେଶୀ ମଦ ଜବତ କରିଛି । ସୂଚନା ମୁତାବକ ଜେନାପୁର ଥାନା ଏଣ୍ଡଳବା ଅଂଚଳର ହରିହର ସାମଲ (୨୪) ଓ ରବିନ୍ଦ୍ର ତରାଇ (୨୬) ଦୀର୍ଘ ଦିନ ହେଲା ଚୋରାରେ ମଦ ବେପାର କରିଆସୁଥିଲେ । ଆଜି ଉଭୟେ ଚୋରାମଦ ନେଇ ଆସୁଥିବା ବେଳେ ପୁଲିସ ସନ୍ଧାନ କରି ସେମାନଙ୍କୁ ଦୁର୍ଗାପୁର ଠାରେ କାବୁ କରିଥିଲା । ଏନେଇ ଧର୍ମଶାଳା ପୁଲିସ ୩୦୫/୨୬ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚଲାଣ କରିଥିବା ନେଇ ଥାନା ଅଧିକାରୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି ।




