ଜଟଣୀରେ ବିଭତ୍ସ ହତ୍ୟା, ଯୁବକଙ୍କୁ ରାସ୍ତା ମଝିରେ ହତ୍ୟା
ଜଟଣୀ, ୧୧/୭ : ବିଚ୍ ରାସ୍ତାରେ ଜଗାକୁ ହତ୍ୟା । ଜଟଣୀ ଥାନା ଖୁଦୁପୁର ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ଖୁଦୁପୁର ଗାଁରେ ମାର୍କଣ୍ଡ ବଳିୟାରସିଂହ ଓରଫ ଜଗା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଖୁଦୁପୁର ଛକରେ ଘଟିଯାଇଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମାର୍କଣ୍ଡ ଛକରେ ଛିଡ଼ା ହୋଇଥିବା ବେଳେ ଜଗାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ସାମାନ୍ୟ ଆଘାତ ହୋଇଥିଲା । ଏହାପରେ ସେଠାରେ ସେ ଖସିଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଦୁର୍ବୃତ୍ତଙ୍କ ଛୁରାମାଡ଼ରୁ ବର୍ତ୍ତି ପାରିନଥିଲେ । ଏପିରିକି ତାଙ୍କ ପେଟ ଓ ଛାତିରେ ଛୁରାମାଡ଼ ହୋଇଛି ।
ସେପଟେ ଛୁରାମାଡ଼ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି । ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।




