Odisha News

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୫: କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକର ମୋଟ ୧୭ ଜଣ ଦଳୀୟ କର୍ମୀ ଓ ନେତାଙ୍କୁ କୌଣସି କାରଣରୁ ନିଲମ୍ବିତ କରିଥିଲେ। ତାଙ୍କୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ମଙ୍ଗଳବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି ।
ସେ ଏହି ନିର୍ଦ୍ଦେଶ ଜିଲା ସଭାପତିଙ୍କୁ ଲେଖିଥିବା ଜଣାପଡିଛି । ଉକ୍ତ ଚିଠିରେ ରାଜ୍ୟ ଉପ ସଭାପତି (ସଂଗଠକ )ସନ୍ତୋଷ ସିଂ ସାଲୁଜା ଙ୍କ ଦସ୍ତଖତ ସମ୍ବଳିତ ଚିଠି ହୋଇଥିବା ଜଣାପଡିଛି ।
ଦାରିଙ୍ଗବାଡି ବ୍ଲକର ତିଆଡ଼ି ନାୟକଙ୍କ ସମେତ ପ୍ରଭଞ୍ଜନ ନାୟକ, ସନ୍ତୋଷ ପ୍ରଧାନ, ସୁରେନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଦୀପ ମଲିକ, ପିଟର ଦିଗାଲ, ବାପୁଜୀ ଦିଗାଲ, ମନୋଜ ପ୍ରଧାନ, ରଞ୍ଜନ ସିଂ ଏବଂ ନାଗେଶ୍ୱର ପ୍ରଧାନଙ୍କୁ ନିଲମ୍ବନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ରାଇକିଆ ବ୍ଲକ ର ମଧ୍ୟ ୬ ଜଣ ଙ୍କୁ ନିଲମ୍ବନ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ରହିଥିବା ଚିଠିରେ ଉଲ୍ହେଖ ରହିଛି ସେମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ବିପିନ ଦଳବେହେରା ଓରଫ ବାବୁଲା, ବିଜୟ ସାହୁ, ଆଲିୟ ଦିଗାଲ ଏବଂ ବୁଦ୍ଧଦେବ ମଲ୍ଲିକ ଙ୍କ ନାମ ରହିଥିବା ଜଣାପଡିଛି। ଏସମ୍ପର୍କରେ ଜିଲାସଭାପତି ଚନ୍ଦ୍ରଶେଖର ପରିଡାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯେ ଦଳର ନୀତି ଆଦର୍ଶ କୁ ମାନି ଚଳିବା ପାଇଁ ରାଜ୍ୟ ସଭାପତିଙ୍କୁ ସେମାନେ ଜଣାଇଥିଲେ। ତେଣୁ ଦଳ ତାଙ୍କୁ ନିଲମ୍ବନ ପ୍ରତ୍ୟାହାର କରିଛି। କାହିଁକି ସେମାନଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ପ୍ରଶ୍ନରେ ଜିଲା ସଭାପତି କହିଥିଲେ ଯେ, କଂଗ୍ରେସର ବିଭିନ୍ନ ସମୟରେ କାର୍ଯ୍ୟକ୍ରମକୁ ଏହିମାନେ ବିରୋଧ କରିଆସୁଥିଲେ।
ଏଥିସହ ମହମ୍ମଦ ମୋକିମ ନୂତନ ଦଳ ଗଠନ କରିବା ପାଇଁ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ ସେହିସମୟରେ ଦଳୀୟ ନେତା ଓ କର୍ମୀ ତାଙ୍କ ବୈଠକରେ ଯୋଗଦାନ କରିଥିଲେ, ଯାହାକି ଦଳ ବିରୋଧି କାର୍ଯ୍ୟ ବୋଲି ସେ କହିଛନ୍ତି।
ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ
ବାଲିଗୁଡ଼ା, ୨୭/୫ : ଚଳିତ ମାସ ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ\” (SIR) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବୁଧବାର ଦିନ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର ଉପଜିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖୋଲା ଯାଇଛି। ସହାୟତା କେନ୍ଦ୍ର ବିଷୟ ରେ ଉପଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାଶ କହିଛନ୍ତି ଯେ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସରଳୀ କରଣ କରାଯିବ। ସଂଶୋଧନ କାର୍ଯ୍ୟରେ ୮୨ନଂ.ବାଲିଗୁଡା ନିର୍ବାଚନୀ ମଣ୍ଡଳୀରେ ୧୭୮ଜଣ ଏବଂ ୮୩ ନଂ. ଜି.ଉଦୟଗିରି ନିର୍ବାଚନୀ ମଣ୍ଡଳୀରେ ୨୫୩ଜଣ ବିଏଲଓ ଏସଆଇଆର ସମ୍ବନ୍ଧୀୟ କାର‌୍ୟ୍ୟରେ ନିୟୋଜିତ କରାଯାଇଛି ।
ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ। ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ।
ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏସ ଆଇ ଆର ସମୟରେ ବିଏଲଓ ମାନେ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବ ମୁକ୍ତ କରିବା ପାଇଁ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜନସାଧାରଣ ଙ୍କ ସହାୟତା ପାଇଁ ଫ୧୯୫୦ଫ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ଜରିଆରେ ନାଗରିକ ମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବି ଏଲ ଓ ଙ୍କ ସହ ଆଲୋଚନା ପାଇଁ \”ବୁକ ଏ କଲ \” ମଧ୍ୟ କରିପାରିବେ।
ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି।

Related Posts