Odisha News

ହଜାର ହଜାର କର୍ମୀଙ୍କୁ ନେଇ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୫/୫: ହଜାର ହଜାର କର୍ମୀଙ୍କୁ ନେଇ ନୟାଗଡ଼ରେ ପୁଣି ପାୱାର ଶୋ ସହ ନାମାଙ୍କନ ଦାଖଲ କଲେ ନୟାଗଡ଼ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ନିର୍ବାଚନ ଜିତିଲେ ୧୦୦ଦିନରେ ନୟାଗଡ଼ ଚିନିକଳ ଚାଲିବା ସହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ବୋଲି ପୁଣି ଦୋହରାଇଛନ୍ତି ସମ୍ବିତ ପାତ୍ର ।ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ନେତୃତ୍ୱ ହଜାର ହଜାର ବିଜେପି କର୍ମୀ ଏକାଠି ହୋଇ ଏକ ବିରାଟ ଶୋଭଯାତ୍ରା କରିଥିଲେ ।
ନୟାଗଡ଼ ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର‌୍ୟ୍ୟନ୍ତ ହଜାର ହଜାର ବିଜେପି କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରା ହୋଇଥିଲା।ପରେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।
ନୟାଗଡ଼ରେ ଓ ପୁରୀରେ ପଦ୍ମ ଫୁଟିବ ବୋଲି କହିଛନ୍ତି ସମ୍ବିତ ପାତ୍ର । ନିର୍ବାଚନ ଜିତିଲେ ୧୦୦ ଦିନରେ ନୟାଗଡ଼ ଚିନିକଳ ଚାଲିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ବୋଲି ସମ୍ବିତ କହିଛନ୍ତି ।

Related Posts

Seo wordpress plugin by www.seowizard.org.