Home Posts tagged KANDHAMALA DISTRICT
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୯/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅମଳ ସମୟରେ ବର୍ଷା ଦାଉ ସାଧିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପନିପରିବା ସହ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀମହଲରେ ନିରାଶା ଦେଖାଦେଇଛି। Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୮/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ତତ୍ପରତା ବଢ଼ିଛି।ଧନଜୀବନର ସୁରକ୍ଷା ସହ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ନେଇ ସମସ୍ତ ବିଭାଗକୁ ସଜାଗ ରଖାଯାଇଛି।ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ସହ ବିଭିନ୍ନ ଉନ୍ନୟନମୂଳକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ , ୨୭/୧୦ : ସମ୍ଭାବ୍ୟ ପ୍ରବଳ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨୮ ତାରିଖ ବୁଧବାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ରେ ଜାରି ଆଦେଶ ନଂ. ୧୧୭୮/ଏମ୍‌ଜି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୬/୧୦: ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ବାଲିଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର ସ୍ଥିତ ଦୁର୍ଗା ମଣ୍ଡପରେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଭକ୍ତିପୂତ ପରିବେଶରେ ପାଳିତ ହୋଇଛି।ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୮/୧୦: କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜରେ ନୂତନ ଦାୟିତ୍ୱ ପାଇଛନ୍ତି ପ୍ରମୋଦ କୁମାର ଦଣ୍ଡସେନା। ବାଲିଗୁଡା ବ୍ଲକ ବାରଖମା ଠାରେ ଅନୁଷ୍ଠିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ ବୈଠକରେ ତାଙ୍କୁ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି।ସମାଜର ସାଂଗଠନିକ ଶକ୍ତି ବୃଦ୍ଧି ସହ ଶିକ୍ଷା, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୭/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି।ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ସପ୍ତମୀ ପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।ଏହି ଅବସରରେ ନୁଆସାହିସ୍ଥିତ ମା’ ଦୁର୍ଗାଙ୍କ ପୀଠରୁ ଶତାଧିକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୨/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ ପରେ ଏବେ ଗଣତନ୍ତ୍ରର ଉଷ୍ମତାରେ ସରଗରମ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ କ୍ୟାମ୍ପସ।ଶ୍ରେଣୀଗୃହର ପାଠପଢ଼ା ସହ କ୍ୟାମ୍ପସରେ ଜମିଛି ନିର୍ବାଚନୀ ଚର୍ଚ୍ଚା। କିଏ ହେବ ଛାତ୍ରଛାତ୍ରୀଙ୍କ ସ୍ୱର, କାହା ହାତରେ ରହିବ ଛାତ୍ର ପ୍ରତିନିଧିତ୍ୱର ଦାୟିତ୍ୱ—ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା।ନିଜ ସପକ୍ଷରେ ଭୋଟ ହାତେଇବାକୁ ପ୍ରାର୍ଥୀମାନେ ଆଉ ପଛରେ ନାହାନ୍ତି। କଲେଜ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୦/୧୦: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ବିଭିନ୍ନ ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୯/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି।ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୮/୧୦ : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଏଯାଏ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ପରେ ନିର୍ବାଚନ ପାଇଁ ବାଟ ଫିଟିଛି। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ Continue Reading