ବ୍ରହ୍ମାକୁମାରୀଜୀ ଦ୍ୱାରା ନିର୍ମିତ ତପସ୍ୟାଧାମ ଲୋକାର୍ପିତ
ବରଦା ଦାସଙ୍କ ରିପୋର୍ଟ
ଜଗତପୁର/କଟକ,୨୧/୪ : ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଜଗତପୁର ସେବାକେନ୍ଦ୍ର ଅନ୍ତର୍ଗତ ଖଇରାରେ ନିର୍ମିତ ଧ୍ୟାନ କେନ୍ଦ୍ର “ତପସ୍ୟାଧାମ” ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଛି।
ଶିବଲିଙ୍ଗ ଆକୃତିରେ ନିର୍ମିତ ଏହି ତପସ୍ୟାଧାମର ଶୁଭ ଉଦ୍ଘାଟନ କରିଥିଲେ କଟକ ସବ୍ଜୋନ୍ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଦିଦି। ତାଙ୍କର ଆଶୀର୍ବାଚନରେ ସେ ରାଜଯୋଗ ଏବଂ “ଓଁ” ଧ୍ୱନିର ଆଧ୍ୟାତ୍ମିକ ଶକ୍ତିକୁ ମଧ୍ୟ ସମସ୍ତଙ୍କୁ ଅନୁଭବ କରାଇଥିଲେ।
ଏହି ଅବସରରେ ବିଭିନ୍ନ ସମ୍ମାନନୀୟ ଅତିଥିମାନେ ଯୋଗଦେଇ ନିଜର ଅନୁଭୂତି ଓ ଆଶୀର୍ବାଦମୟୀ ମତାମତ ପ୍ରକାଶ କରିଥିଲେ। ପ୍ରଜ୍ଞାନ ମିଶନର ସ୍ୱାମୀ ଅଞ୍ଜନାନନ୍ଦ ଜୀ, ସ୍ୱାମୀ ପରିପୂର୍ଣ୍ଣାନନ୍ଦ ଗିରିଜୀ, ସିଏମସିର ଡେପୁଟି ମେୟର ଦମୟନ୍ତୀ ମାଝି, ବ୍ରହ୍ମାକୁମାର ନାଥମଲ, ବ୍ରହ୍ମାକୁମାର ବଂଶୀଧର, ଓ ବ୍ରହ୍ମାକୁମାରୀ ତ୍ରିବେଣୀ ନିଜ ନିଜ ମତାମତ ଦେଇ ଆଧ୍ୟାତ୍ମିକ ଜୀବନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ବ୍ରହ୍ମାକୁମାରୀ ସେତପଦ୍ମାସିନୀ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନ କରିଥିଲେ ବ୍ରହ୍ମାକୁମାରୀ ଗୀତାଞ୍ଜଳି ଓ ସ୍ୱାଗତ ଭାଷଣ ମାଧ୍ୟମରେ ଅତିଥିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଥିଲା।
ଏହି ଅବସରରେ ସହରର ବିଭିନ୍ନ ସେବାକେନ୍ଦ୍ରରୁ ଆସିଥିବା ପ୍ରାୟ ତିରିଶିଜଣ ସମର୍ପିତ ଭଉଣୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ପବିତ୍ର ପରିସର ପାଇଁ ଭୂମିଦାନ କରିଥିବା ଶ୍ରୀ ଗନ୍ଧର୍ବ ବେହେରଙ୍କୁ ବିଶେଷ ସମ୍ମାନ ଜଣାଯାଇଥିଲା।
ସେହିପରି ତାଙ୍କର ସୁପୁତ୍ର ବ୍ରହ୍ମାକୁମାର ଯଶବନ୍ତ ଓ ବ୍ରହ୍ମାକୁମାରୀ ଶଶ୍ମୀତା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା କୁମାରୀ ଦିବ୍ୟାଶା ଓ କୁମାରୀ ରୀତିକା ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ବ୍ରକୁ ରବୀନ୍ଦ୍ର ଧନ୍ୟବାଦ ଦେଇଥିଲେ




