ଓଡ଼ିଶାରେ ପରିବେଶ ସୁରକ୍ଷା ଚିନ୍ତାଜନକ
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ/ଓଡ଼ିଶା, ୨୪/୮: ଥିଙ୍କର୍ଶ କ୍ଲବ ର ଷଷ୍ଠ ବର୍ଷ ୧୬୦ ତମ ଆଭାସୀ ଆଲୋଚନା କଳିଙ୍ଗ ଆଇ ଏ ଏସ ଏକାଡେମୀ ମିଳିତ ଆନୁକୂଲ୍ୟରେ ଓଡ଼ିଶାରେ ପରିବେଶ ସୁରକ୍ଷା ଓ ଜନସଚେତନତା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।
କଳିଙ୍ଗ ଏକାଡେମୀ ର ନିର୍ଦେଶକ ଦୀପକ ରାଉତ ପ୍ରାରମ୍ଭିକ ସୂଚନାଦେଇ ଏହି ଆଲୋଚନା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।
ପରିବେଶବିତ୍ ସ୍ତମ୍ଭକାର ଡ଼ ଜୟକୃଷ୍ଣ ପାଣିଗ୍ରାହୀ ପରିବେଶ ର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରି ବିଦ୍ୟାଳୟ ପାଠ୍ୟକ୍ରମ ରେ ପରିବେଶ ବିଷୟ କୁ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ ।
ପୂର୍ବତନ ପିସିସିଏଫ୍ ଶ୍ରୀ ବିଜୟ କେତନ ପଟ୍ଟନାୟକ ଗାଡ଼ି ଧୂଆଁ କୁ ରୋକିବା ପାଇଁ ବିଦ୍ୟୁତ୍ ପରିଚାଳିତ ଜ।ନ ର ବହୁଳ ବ୍ୟବହାର ଓ ସ୍ୱଳ୍ପ ରାସ୍ତା ପାଦ ରେ ଚାଲିବା ସହ ଜନ ସଂଖ୍ୟା ରୋକିବା ଅତ୍ୟନ୍ତ ଜରୁରୀ ବୋଲି ମତଦେଇଥିଲେ ।
ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ,ଦିଲୀପ ଚୌଧୁରୀ,ଉମାଶଙ୍କର ମିଶ୍ର,ଦୀପକ ରାଉତ ଆଦି ପ୍ରଶ୍ନ ପଚାରି ଆଲୋଚନା କରିଥିଲେ ।
ଥୀଙ୍କର୍ଶ କ୍ଲବ ସଭାପତି ବରଦା ଦାସ ସଭା ସୂ ସଂଯୋଜନା କରି ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।ବିଦ୍ୟାଳୟରେ ଇକୋ କ୍ଲବ ଓ ଜିଲ୍ଲା ରାଜ୍ୟ ସ୍ତରରେ ପରିବେଶ ସମିତି ସକ୍ରିୟ ଭାବେ କାର୍ୟ୍ୟ କରିବା ଜରୁରୀ ବୋଲି କହିଥିଲେ ।
ଡାକ୍ତର ଚିଦାତ୍ମିକ। ଖଟୁଆ ନିଜ ମତ ରଖି ଧନ୍ୟବାଦ୍ ଅର୍ପଣ କରିଥିଲେ । ଆସନ୍ତା ରବିବାର ୩୦ ତାରିଖ ରେ ମିଳିତଭାବେ ଭାରତ ର ଜାତୀୟ ପରିସ୍ଥିତି ,ସଙ୍କଟ ଓ ସମାଧାନ ବିଷୟରେ ୟୁ ପି ଏସ ସି ପରୀକ୍ଷକ ପ୍ରଫେସର୍ ସୂର୍ୟ୍ୟ ନାରାୟଣ ଙ୍କ ଦିଗ୍ଦର୍ଶନରେ ଅନୁଷ୍ଠିତ ହେବ । ଆଗ୍ରହୀ ଯୁବ ଛାତ୍ର ବହୁ ସଂଖ୍ୟାରେ ଯୋଗଦେବେ ।




