Odisha News

ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଦଳୀୟ ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୪ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।
ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଅଗ୍ରୱାଲଙ୍କ ଉପସ୍ତିତିରେ ଜିଲ୍ଲା କମିଟି ଏବଂ ସମସ୍ତ ମଣ୍ଡଳ ସଭାପତି ମାନଙ୍କୁ ନେଇ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ବୌଦ୍ଧ ଜିଲ୍ଲା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନଙ୍କୁ ଦଳରେ ମିଶ୍ରଣ କଲେ ।
ଅରୁଣ ପ୍ରଧାନଙ୍କ ଭଳି ଜଣେ ଦକ୍ଷ ନେତା ବିଜେପିରେ ସାମିଲ ହେବା ଫଳରେ ବୌଦ୍ଧ ଜିଲ୍ଲା ସମବାୟ ସମିତିରେ ମଧ୍ୟ ବିଜେପି ଆହୁରି ମଜବୁତ ହେବ ବୋଲି ଜିଲ୍ଲା ସଭାପତି ବକ୍ତବ୍ୟ ରଖିଥିଲେ ।

Related Posts