ଭିଜିଲାନ୍ସ ଜାଲରେ ବନ ରେଞ୍ଜ୍ ଅଧିକାରୀ, ୨.୩୩ଲକ୍ଷ ଟଙ୍କା ଜବତ
ନବରଙ୍ଗପୁର, ୧୨/୪: ଭିଜିଲାନ୍ସ ଜାଲରେ ଗୁଡାରି ରେଞ୍ଜର ସୁକୁମାର ଦୁଖୁ । ନବରଙ୍ଗପୁର ସହର ସ୍ଥିତ ନିଜ ବାସଭବନକୁ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା ବେଳେ ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡି ବସିଲା ଭିଜିଲାନ୍ସ ।
ରାୟଗଡା ଜିଲ୍ଲା ଗୁଡାରି ରେଞ୍ଜର ସୁକୁମାର ଦୁଖୁ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ଧରି ନିଜ ବ୍ୟକ୍ତିଗତ ଗାଡ଼ିରେ ନବରଙ୍ଗପୁର ଆସୁଥିବା ବେଳେ, ନବରଙ୍ଗପୁରର ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ମାଡି ବସିଲା ଭିଜିଲାନ୍ସ । ସାଙ୍ଗରେ ନେଇ ଗୁଡାରି ସରକାରୀ ବାସଭବନରେ ଅଧିକ ତଦନ୍ତ କରୁଛନ୍ତି । ଅନ୍ୟ ଗୋଟିଏ ଟିମ୍ ନବରଙ୍ଗପୁର ସେନାପତି ସାହିରେ ଥିବା ବାସଭବନରେ ଅଧିକ ତଦନ୍ତ କରୁଛନ୍ତି ।




