ପି.ଏମ୍ ଶ୍ରୀ ବିଦ୍ୟାଳୟ କାର୍ଯ୍ୟକ୍ରମ ୨୦୨୫-୨୦୨୬ ଓ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୩୧/୧ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ ସରକାରୀ ଏସ ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ଜିଲ୍ଲା ପରିଷଦ ସଦସ୍ୟ ସୁଜିତ୍ ବ୍ରେକବେଡା, ଚନ୍ଦ୍ରପୁରର ସରପଞ୍ଚ ରଞ୍ଜିତା ବ୍ରେଡକା, ଗୁଣପୁର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସଙ୍ଗିତା ରାଓ , ଗୁଣପୁର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ଦଳାଇ, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୈମ୍ୟକାନ୍ତ ବଙ୍ଗାଲ, ତହସିଲଦାର ସୁନିଲ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସିଙ୍ଗନା ତାଡିଙ୍ଗି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ମିଶାଲ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଳକୃଷ୍ଣ ବିହାରୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀତମ କୁମାର ପୂର୍ତ୍ତି , ଜିଲ୍ଲା ଶିକ୍ଷା ମଣ୍ଡଳଧିଶ ଶ୍ୟାମଘନ ଭୂୟାଁ, ଚନ୍ଦ୍ରପୁର ଥାନା ଅଧିକାରୀ ଲଲିତ ମୋହନ ସାଗର, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ଗମାଙ୍ଗୋ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଛାତ୍ରଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଏସ ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁରର ବରିଷ୍ଠ କୃଷି ଶିକ୍ଷକ ପ୍ରଦୀପ ଚୈଧୁରୀ,ଏବିଓ ଉମାକାନ୍ତ ମିଶାଲଙ୍କ ଦ୍ୱାରା ମଞ୍ଚ ପରିଚାଳନା କରିଥିଲେ।
ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିକ୍ଷା, ପରିବେଶ , ସାହିତ୍ୟ ସୃଜନୀ , ବିଜ୍ଞାନ କ୍ଲବ, କ୍ରୀଡାଙ୍ଗନ କ୍ଲବ, ଆକାଂକ୍ଷା ମେଳା, ଇନସ୍ପାୟାର ଓଡ଼ିଶା , ଟ୍ୟାଲେଣ୍ଟ ଗ୍ୟାଲେରୀ, ଦୋକାନ ଯାତ୍ରା ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଷ୍ଟଲ୍ ଗୁଡ଼ିକ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ଉକ୍ତ ଷ୍ଟଲ୍ ଗୁଡ଼ିକ ବୁଲି ଦେଖିବା ସହିତ ପିଲାଙ୍କୁ ଛୋଟ ଛୋଟ ପ୍ରଶ୍ନ ପଚାରି ଉତ୍ସାହିତ କରିଥିଲେ।
ସରକାରଙ୍କର ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷାକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବା ସହିତ ଆମ ରାଜ୍ୟ ଓ ଦେଶରେ ଉନ୍ନତ ଆସିପାରିବ ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ।
ସମସ୍ତ ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବର ସମାପନ ପରେ ଦିବସର ସନ୍ଧ୍ୟାରେ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି।
ଏହି ଅବସରରେ ରାୟଗଡ଼ା ଜିଲ୍ଲାପରିଷଦ ସରସ୍ଵତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ୟାମଘନ ଭୂୟାଁ ପ୍ରମୁଖ ମୁଖ୍ୟ ବକ୍ତା ଭାବରେ ନୂତନ ଭାବେ ଯୋଗଦେଇଥିଲେ।
ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ସହଯୋଗ କରି ସାଫଲ୍ୟ ମଣ୍ଡିତ କରାଇଥିଲେ।




