Odisha News

ଖୋର୍ଦ୍ଧାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଏବଂ କ୍ୟାମ୍ପ କୋର୍ଟ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୧: ଆଜି ସକାଳ ୧୦ ଘଟିକା ସମୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ ଜୟୀରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଶିବିରରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସଭ୍ୟା କସ୍ତୁରୀ ମିଶ୍ର ଏବଂ ସଭ୍ୟା ଚନ୍ଦନା ଦାସ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ଅଭିଯୋଗ ମାନର ଜନ ଶୁଣାଣି କରିଥିଲେ ।
ଏହି ଜନଶୁଣାଣି ଶିବିରରେ ମୋତେ ୪୮ ଗୋଟି ଅଭିଯୋଗ ଗ୍ରହଣ କରାଯାଇଅଛି । ତନ୍ମଧ୍ୟରୁ ୧ ଟି ଶିଶୁ ଚାଲାଣ , ୨ ଗୋଟି ଯୌନ ଉତ୍ତୀଡନ, ୧୧ ଗୋଟି ଆଧାର କାର୍ଡ, ୨ ଗୋଟି ଭିନ୍ନକ୍ଷମ ଭତ୍ତା, ୨ ଗୋଟି ଜନ୍ମ ପ୍ରମାଣ ପତ୍ର, ନିଶା ନିବାରଣ ୧ ଗୋଟି ଏବଂ ୨୯ ଗୋଟି ଆର୍ଥିକ ସହାୟତା ନିମନ୍ତେ ଗ୍ରହଣ କରାଯାଇ ଯଥା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି ।
ଅପରାହ୍ନରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ୨୦ ଗୋଟି ଶିକ୍ଷା ଅଧିକାର ଉଲଙ୍ଘନ ଅଭିଯୋଗର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଅଛି ।
ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପରିଚାଳନା କରିଥିଲେ । ଡେପୁଟି ଜିଲ୍ଲାପାଳ ଶ୍ରିତପା ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଜନ ଶୁଣାଣି ଏବଂ କ୍ୟାମ୍ପ କୋର୍ଟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମୀବାଳା ପରିଡା, ଖୋର୍ଦ୍ଧା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ, ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀ ଡଃ ପ୍ରଭାତ କୁମାର ରଥ , ଡି ଏସ ପି ସ୍ମିତା ମଞ୍ଜରି ମଲ୍ଲିକ ଏବଂ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।

Related Posts