ଖୋର୍ଦ୍ଧା ପୁଲିସର ଅପରାଧ ସମୀକ୍ଷା, ଅଭ୍ୟାସ ଗତ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ,ମହିଳାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ- ଏସ୍ପି
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୬/୧୨: ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ନଭେମ୍ବର ମାସର ଅପରାଧ ସମୀକ୍ଷା ବୈଠକ ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଅତିରିକ୍ତ ଏସ୍ପି ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ଏସ୍ପି ଜିଲ୍ଲାର ସମଗ୍ର ଅପରାଧ ସ୍ଥିତି ଉପରେ ସମୀକ୍ଷା କରିଥିଲେ।
ବିଶେଷ କରି ମହିଳା ସମ୍ବନ୍ଧୀୟ ମାମଲା ଗୁଡିକ ସହିତ ଜଡିତ ମାମଲାର ଶୀଘ୍ର ନିଷ୍ପତ୍ତି, ଅବକାରୀ ମାମଲା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଦନ୍ତର ଅଗ୍ରଗତି ସମ୍ପର୍କରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ମହିଳା ସୁରକ୍ଷା ସହ ଜଡ଼ିତ ମାମଲାରେ ସମୟୋଚିତ ତଦନ୍ତ ଶୀଘ୍ର ଚାର୍ଜସିଟ ଦାଖଲ ଓ ମଜଭୁତ ଚିଠା ପ୍ରସ୍ତୁତ ଉପରେ ଏସ୍ପି ଗୁରୁତ୍ୱ ଦେଇଥିଲେ। ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ଗୁପ୍ତ ସୂଚନା ସଂଗ୍ରହ ଉପରେ ଏସ୍ପି ଗୁରୁତ୍ୱ ଦେଇଥିଲେ।
କ୍ଷେତ୍ର ପରିଦର୍ଶନ କରି ଅନୁସନ୍ଧାନ ଓ ଅପରାଧୀ ଚିହ୍ନଟକୁ ସୁଦୃଢ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଥାନା ଅଧିକାରୀ ମାନଙ୍କୁ ଜନସାଧାରଣଙ୍କ ସହ ଅଧିକ ସମ୍ପର୍କ ମଜଭୁତ କରିବା \”ଆମ ପୁଲିସ\” କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ସୁରକ୍ଷା ସଚେତନତା ବୃଦ୍ଧି ଓ ସମଗ୍ର ଜିଲ୍ଲାରେ ଯାତାୟାତ ସୁରକ୍ଷା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ଶାନ୍ତି,ସୁରକ୍ଷା ଓ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଅଧିକ ସକ୍ରିୟ, ପେଷାଦାର ଓ ଜନମୁଖୀ ପୋଲିସିଂ ପଦ୍ଧତି ଆପଣେଇବାକୁ ଏସ୍ପି ଆହ୍ୱାନ ଦେଇଥିଲେ।
ବୈଠକ ଶେଷରେ ବିଭିନ୍ନ ଶ୍ରେଣୀରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରି ଏସ୍ପି ସେମାନଙ୍କୁ ସମ୍ମାନୀତ କରିଥିଲେ।
ଆଗାମୀ ଦିନରେ ମଧ୍ୟ ଜନମୁଖୀ ଓ ଜିଲ୍ଲାରେ ଶାନ୍ତି ଓ ସାର୍ବଜନୀନ ଶୃଙ୍ଖଳା ରକ୍ଷା କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।




