ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା, ଜୁନ୍ ମାସରୁ ମିଳିବ ୩୫୦୦ ଟଙ୍କା

ଭୁବନେଶ୍ୱର, ୨୧/୫: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଜୁନ୍ ମାସରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପାଇବେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ। ହିତାଧିକାରୀଙ୍କୁ ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବର୍ଦ୍ଧିତ ଟଙ୍କା ମିଳିବ ।
ଏନେଇ ରାଜ୍ୟ ସରକାର ଡିଏସଏସଓଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ୪ ଲକ୍ଷ ୧୭ ହଜାର ୪୯୬ ଜଣ ଉପକୃତ ହେବେ ।
ଏହା ସେମାନଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ବିଜେପି ସରକାର ଆସିବା ପରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ବହୁ ସୁବିଧା କରାଯାଉଛି । ବିଭିନ୍ନ ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ଯୋଗ୍ୟ ହିତାଧିକାରୀମାନେ ଉପକୃତ ହେଉଛନ୍ତି ।