Odisha News

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଙ୍କ ସଫଳତା : ସମଗ୍ର କନ୍ଧମାଳ ଜିଲ୍ଲାରେ ଶତକଡା ହାର ୯୭. ୪୫

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨/୫ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସମ୍ପନ୍ନା ପଣ୍ଡା ଏ ୧ ଗ୍ରେଡ଼ ରେ ୬୦୦ ରୁ ୫୫୭ ନମ୍ବର ରଖି ୯୨. ୮୩% ରେ ସମଗ୍ର ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରି ଶିଶୁ ମନ୍ଦିରର ଗୌରବାନ୍ୟ୍୫ତ କରିପାରିଛନ୍ତି କ୍ଷ ସୁଶ୍ରୀ ସମ୍ପନ୍ନା ପଣ୍ଡା ଙ୍କ ପିତା ନିରାକାର ପଣ୍ଡା, ମାତା ପ୍ରୀତି ସାଗରିକା ପଣ୍ଡା ବାଲିଗୁଡା ସ୍ଥିତ ପଣସପଡି ସାହିରେ ରୁହନ୍ତି ।
ଏ ସଫଳତା ପଛରେ ବିଶେଷ କରି ପିଉସୀ ନାନୀ ନିଳୀମା ପଣ୍ଡା ଓ ପିଉସା ସନ୍ତୋଷ କୁମାର ମୁନି, ମାତା ପିତା ତଥା ଶିଶୁ ମନ୍ଦିର ର ଗୁରୁମା, ଗୁରୁଜୀ ଙ୍କ ଆଶୀର୍ବାଦ ରହିଥିବା ବିଷୟ ସମ୍ପନ୍ନା ପ୍ରକାଶ କରିଛନ୍ତି ।ସେହିପରି ସମଗ୍ର କନ୍ଧମାଳ ଜିଲ୍ଲାରେ ୨୧୪ ଟି ବିଦ୍ୟାଳୟରେ ୧୦୦୪୮ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୭୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।
ସେଥି ମଧ୍ୟରୁ ଏ ୧ ଗ୍ରେଡ଼ ରେ ମାତ୍ର ୬ ଜଣ ରହିଥିବା ବେଳେ ଏ ୨ ଗ୍ରେଡ଼ ରେ ୪୬ ଜଣ, ବି ୧ଗ୍ରେଡ଼ ରେ ୩୦୩ ଜଣ, ବି ୨ ଗ୍ରେଡ଼ ରେ ୧୨୯୨ ଜଣ, ସି ଗ୍ରେଡ଼ ରେ ୨୮୫୬ ଜଣ, ଡ଼ି ଗ୍ରେଡ଼ ରେ ୩୭୩୩ ଜଣ, ଇ ଗ୍ରେଡ଼ ରେ ୧୩୮୯ ଜଣ, ଏଫ ଗ୍ରେଡ଼ ରେ ୨୫୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେଥିମଧ୍ୟରୁ ୫୨୭୧ ଜଣ ଛାତ୍ରୀ ରହିଥିବା ବେଳେ ୪୩୫୪ ଜଣ ଛାତ୍ର ରହିଛନ୍ତି ।ସମଗ୍ର କନ୍ଧମାଳ ଜିଲ୍ଲା ରେ ଶତକଡା ହାର ୯୭. ୪୫ ରହିଥିବା ଜଣାପଡିଛି ।

Related Posts