Odisha News

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ

ଭୁବନେଶ୍ୱର, ୧୫/୩ : ଭୁବନେଶ୍ବର: ରାଜ୍ୟରେ ଶନିବାର ତାତି ରେକର୍ଡ ଭାଙ୍ଗିଛି । ହୋଲିରେ ପଶ୍ଚିମ ଓଡ଼ିଶା ଜଳୁଛି । ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ଛୁଇଁଛି। ଶନିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆସନ୍ତା ନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଦୋଳ ଓ ହୋଲି ଦିନ ତାତି ପ୍ରକୋପ ବେଶି ରହିଥିଲା । ଗୁରୁବାର ଦିନ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ସହରରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିପାରେ ବୋଲି ଚେତାଇଛି ପାଣିପାଗ ବିଭାଗ।
ସେହି ଭଳି ସୁନ୍ଦରଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମ ଲହରୀ ବେଶି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମ ଲହରୀ ପାଇଁ ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ କଲବଲ କରିପାରେ ।

Related Posts