Home Posts tagged Heat wave in Odisha
Odisha News
ଭୁବନେଶ୍ୱର, ୨୪/୫ :ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସମସ୍ତ ସୀମା ପାର୍ କରିବାକୁ ବସିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଆସନ୍ତା ୪ ରୁ ୫ ଦିନ (୨୮ ମେ ପର‌୍ୟ୍ୟନ୍ତ) ରାଜ୍ୟବାସୀଙ୍କୁ ଏହି ପ୍ରାଣଘାତୀ ଗରମ ଓ ଗୁଳୁଗୁଳିରୁ କୌଣସି ନିସ୍ତାର ମିଳିବାର ସମ୍ଭାବନା ନାହିଁ। ବାୟୁମଣ୍ଡଳକୁ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଗରମ ପବନ ଯୋଗୁଁ ସୂର‌୍ୟ୍ୟଙ୍କ ପ୍ରକୋପ ଆହୁରି ବଢ଼ିବ।ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ Continue Reading
Odisha News
ଭୁବନେଶ୍ୱର, ୨୦/୫ : ରାଜ୍ୟରେ ଅଣାୟତ ହେଲାଣି ତାତି। ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା। ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି। ଯାହାଫଳରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।୧୭ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୪୩.୪ପ୍ସଉ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା Continue Reading
Odisha News
ଭୁବନେଶ୍ୱର,୨୪/୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା।ସକାଳୁ ଟାଇଁ ଟାଇଁ ଖରା ଡରାଉଥିବା ବେଳେ ଦିନସାରା ତତଲା ପବନ ଦେହକୁ ପୋଡି ଦେଉଛି। ଏଭଳି ପରିସ୍ଥିତିରେ ଆହୁରି ଦୁଇଦିନ ଅର୍ଥାତ୍ ୨୫ ତାରିଖ ଯାଏ ରାଜ୍ୟରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ Continue Reading
Odisha News
ଭୁବନେଶ୍ବର, ୮/୬ : ଆଜି ରାଜଧାନୀରେ ଖରା ସାଙ୍ଗକୁ ମେଘୁଆ ପାଗ ପରିଲକ୍ଷିତ ହେଉଛି। ତେବେ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ୪୩ ଡିଗ୍ରି ପହଞ୍ଚିପାରେ ତାତି ବୋଲି ଅନୁମାନ କରାଯାଉଛି।ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି ପାରଦ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାରେ ଅନ୍ୟ କିଛି ଜିଲ୍ଲାରେ ୪୦ ଡିଗ୍ରି ଉପରେ ରହିପାରେ ତାପମାତ୍ରା । […]Continue Reading
Odisha News
ଭୁବନେଶ୍ୱର,୧୧/୫ : ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେବ କାଳବୈଶାଖୀ ବର୍ଷାରେ ସାମାନ୍ୟ ଆଶ୍ବସ୍ତି ଅନୁଭବ ପରେ ପୁଣି ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି ।ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରି ତାପମାତ୍ରା ସହ ସମ୍ବଲପୁର ପାଲଟିଛି ରାଜ୍ୟର ଉତପ୍ତ ସହର । ଏହାପରେ ରାଜଧାନୀ ଭୁବନେଶ୍ବର […]Continue Reading
Odisha News
ଭୁବନେଶ୍ୱର, ୨୧/୪ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି, ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏପ୍ରିଲ ୨୪ ଏବଂ ୨୫ ତାରିଖରେ ଏହା ୪୫ ଡିଗ୍ରି ସେଲସିୟସ ଅତିକ୍ରମ କରିପାରେ।କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଏବଂ ବର୍ଷା ଯୋଗୁ ଗରମରୁ ଅଳ୍ପ ସମୟ ପାଇଁ ମୁକ୍ତି ପାଇବା ପରେ ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ପଶ୍ଚିମ ଓଡ଼ିଶାର ଅନେକ ସହରରେ Continue Reading
Odisha News
ଭୁବନେଶ୍ୱର,୨୮/୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା। ଶନିବାର ସାଢ଼େ ୨ରେ ସମ୍ବଲପୁରରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍ ଟପିଯାଇ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।ଝାରସୁଗୁଡ଼ା ଓ ହୀରାକୁଦରେ ତାପାମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଉରକେଲା ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୮ Continue Reading
Odisha News
ଭୁବନେଶ୍ୱର,୧୭/୩: ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗ ମଙ୍ଗଳବାର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରିଛି। ଏ ନେଇ ବୌଦ୍ଧ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ। ବଲାଙ୍ଗୀର ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଶିଶୁ , ବୃଦ୍ଧ ଓ ରୋଗୀଙ୍କ ପାଇଁ ଅସହ୍ୟ ହୋଇପାରେ ତାତି ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି।ଅନ୍ୟପକ୍ଷେ ରାଜ୍ୟରେ ଗତ ୬ ଦିନ ହେଲା ତାପମାତ୍ରା Continue Reading
Odisha News
ଭୁବନେଶ୍ବର, ୧୬/୩ : ରାଜ୍ୟରେ ତାତି ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ। ମାର୍ଚ୍ଚ ୧୯ ତାରିଖ ପରେ ପାଗ ବଦଳିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଆଗାମୀ ତିନିଦିନ ଅର୍ଥାତ ୧୯ ତାରିଖ ଯାଏ ତାତି କଲବଲ କରିବା ସହିତ ଆଭ୍ୟନ୍ତରିଣ ଓଡ଼ିଶାରୁ ଉପକୂଳ ପର‌୍ୟ୍ୟନ୍ତ ଅସମ୍ଭାଳ ତାତିରେ ଜଳିବ। ତେବେ ଗତକାଲି ୪୨.୫ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ରହିଥିବା […]Continue Reading
Odisha News
ଭୁବନେଶ୍ୱର, ୧୫/୩ : ଭୁବନେଶ୍ବର: ରାଜ୍ୟରେ ଶନିବାର ତାତି ରେକର୍ଡ ଭାଙ୍ଗିଛି । ହୋଲିରେ ପଶ୍ଚିମ ଓଡ଼ିଶା ଜଳୁଛି । ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ଛୁଇଁଛି। ଶନିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଆସନ୍ତା ନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଦୋଳ ଓ ହୋଲି ଦିନ ତାତି […]Continue Reading