ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
![](https://odishanewsonline.com/wp-content/uploads/2022/12/odisha-vigilance.jpg)
କୋରାପୁଟ, ୧୩/୨: ପୁଣି ଜଣେ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ବାଟସାନ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର୍ (ଇଊଋଙ) ଏସ୍. ପାର୍ଥ ସାରଥୀ ବିଷୋଇଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ୍ । ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରାଯାଉଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ସକାଳୁ ଚଢ଼ଉ ଆରମ୍ଭ କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅନ୍ତର୍ଗତ ଚାମ୍ପିଆ ଗ୍ରାମରେ ଥିବା ନିଜ ଘର, ଭାଇ ଘର ଓ ସମ୍ପର୍କୀୟଙ୍କ ଘର, ଚାମ୍ପିଆରେ ଥିବା କାଜୁ ପ୍ରୋସେସିଂ ୟୁନିଟ୍, ବୋଲିଗୁମ୍ମାରେ ଥିବା ତିନି ମହଲା କୋଠା ଏବଂ ବାଟସାନ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି ।
ଏଥିରେ ଭିଜିଲାନ୍ସର ୨ ଜଣ ସହକାରୀ ଏସପି, ୪ ଜଣ ଡିଏସପି, ୬ ଇନସ୍ପେକ୍ଟର୍, ୬ ଏସଆି ଏବଂ ଅନ୍ୟ ସହ କର୍ମଚାରୀ ଅଧିକାରୀ ସାମିଲ ଅଛନ୍ତି ।