ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର,୨୨/୧୦: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ କ୍ଷ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କୈଳାଶ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ ଭାବରେ କାର୍ୟ୍ୟରତ ଥିବା ଜଣାପଡିଛି।
ଠିକା କାମରେ ଦୁର୍ନୀତି କରୁଥିବାନେଇ ତାଙ୍କ ନାମରେ ଅନେକ ଅଭିଯୋଗ ହୋଇଥିଲା । ସେନେଇ ଆଜି ତାଙ୍କ ପୈତୃକ ଘର ସମେତ ଆଉ ୧୦ଗୋଟି ସ୍ଥାନରେ ଆଜି ସକାଳେ ମିଳିତ ଭାବରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ରେ ଜଣେ ଏସ୍ପି, ୪ଜଣ ଡିଏସ୍ପି , ୭ଜଣ ଇନସ୍ପେକ୍ଟର ଏବଂ ୭ଜଣ ଏଏସଆଇ ଥିବା ସୂଚନା ମିଳିଛି। କୈଳାଶଙ୍କ ପୈତୃକ ଘର ସହିତ ଭୁବନେଶ୍ୱର, ପୁରୀ, କଟକ ସମେତ ତାଙ୍କର ପ୍ଲଟ, ଫ୍ଲାଟ ଏବଂ ୩ମହଲା କୋଠାରେ ଚଢ଼ାଉ ଜାରିରହିଛି ।
କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ବହୁ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଆଜି ସେ କରିଥିବା ସମସ୍ତ ପାପର ଅନ୍ତ ଘଟିଛି । ଆଜି ସେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ପ୍ଲାଟ ଓ ଯାଜପୁର ର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏହା ସହିତ କେନ୍ଦୁଝର ଅଫିସ , ସରକାରୀ ବାସଭବନ , ଯାଜପୁର ର କୋରେଇ ଓ ବ୍ୟାସନଗର , ଭୁବନେଶ୍ଵର , କଟକ ଓ ପୁରୀର ୧୦ଟି ଜାଗାରେ ଏକ କାଳିନ ଚଢାଉ ଚାଲିଛି ।