ସିଗମା ପବ୍ଲିକ ସ୍କୁଲରେ ବନ ମହୋତ୍ସବ; ପରିବେଶ ପାଇଁ ବୃକ୍ଷର ଯତ୍ନ ନେବାକୁ ଆହ୍ୱାନ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୮/୭ : ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲରେ ବନ ମହୋତ୍ସବ ଏବଂ ବ୍ୟାଙ୍କ୍ ସାଇବର କ୍ରାଇମ ସଚେତନତା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।
ଗତ ଜୁଲାଇ ୧ ତାରିଖ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବୃକ୍ଷ ରୋପଣ, ଯତ୍ନ, ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ସିନିୟର୍ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ବିଷ୍ଣୁ ପ୍ରସାଦ ସେଠୀ, ଦ୍ୱିତୀୟ କ୍ରିଷ୍ଣ କାନ୍ତ ସାମନ୍ତରାୟ, ତୃତୀୟ ପ୍ରତ୍ୟୁଷ ରଞ୍ଜନ ସାହୁ, ଜୁନିଅର ବିଭାଗରେ ଶୁଭଲକ୍ଷ୍ମୀ ଦାସ, ସୁଜ୍ଞାନି ପ୍ରିୟଦର୍ଶନୀ, ସାଇ ସ୍ୱାତି ବେହେରା, ଚିତ୍ରାଙ୍କନରେ ରୂତ୍ୟୁପୁନମ୍ ସିଂ, ଯୋଷିକା ଜାଗୃତି ପ୍ରଧାନ, ସାଇ ସମ୍ପୂର୍ଣ୍ଣ ସାହୁ, ଶୁଭାଙ୍ଗି ବିଶ୍ୱାଳ, ପଦ୍ମିନୀ ଜେନା, ଅଭିଲିପସା ଲେଙ୍କା ପ୍ରମୁଖ ଯୋଗ୍ୟ ବିବେଚିତ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ପ୍ରମାଣପତ୍ର, ଟ୍ରଫି ପୁରସ୍କାର ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା ସଚେତନତା ସମ୍ପର୍କିତ ଏକ ଗୋଷ୍ଠୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସାତଦିନ ଧରି ଚାଲୁଥିବା ଏହି ଉତ୍ସବର ଉଦ୍ଜାପନି ଦିବସରେ ଆକ୍ସସିସ ବ୍ୟାଙ୍କ୍ ତରଫରୁ ସାଇବର୍ ବ୍ୟାଙ୍କ୍ ଠକେଇ ସଚେତନତା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଖୋରଧା ଆକ୍ସିସ ବ୍ୟାଙ୍କ୍ ଶାଖା ପରିଚାଳକ ରାଜେନ୍ଦ୍ର ଖଣ୍ଡୁଆଳ, ସ୍କୁଲ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଏବଂ ଗଛର ଯତ୍ନ ଛାତ୍ରଛାତ୍ରୀ ଙ୍କ ମୁଖ୍ୟ ଭୂମିକା କୁ ବର୍ଣ୍ଣନା କରିଥିଲେ। ଆଜିର ଛାତ୍ର ଆଗାମୀ କାଲି ର ଭବିଷ୍ୟତ ।
ଭବିଷ୍ୟତରେ ସୁସ୍ଥ ପରିବେଶ, ଏବଂ ଉତ୍ତମ ଜଳବାୟୁ ଅନୁଭୂତ ପାଇଁ ସମସ୍ତେ ଖାଲି ସ୍ଥାନରେ ବୃକ୍ଷ ରୋପଣ ଏବଂ ଯତ୍ନ ପାଇଁ ଆହ୍ୱାନ ଦେଇଥିଲେ।
ସମସ୍ତ ପିଲାମାନଙ୍କୁ ତାଙ୍କ ପିତାମାତାଙ୍କ ପରିଶ୍ରମର ଅର୍ଥ କୁ ବ୍ୟାଙ୍କ୍ ସାଇବର୍ ଠକେଇରୁ ନିବୃତ୍ତ ରଖିବାକୁ ସଚେତନ କରାଯାଇଥିଲା।
ସ୍କୁଲର ଉପାଧ୍ୟକ୍ଷ ତୁଷାର କାନ୍ତ ମହାନ୍ତି, ଏକାଡେମିକ ଡିନ୍ ବନଦୁର୍ଗା ଶାହା, ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, ମାନସ ରଞ୍ଜନ ମହାପାତ୍ର , କରିସ୍ମା ସାହୁ ପ୍ରମୁଖ ପରିଚାଳନା କରିଥିଲେ।




