ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୭ : ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଯୁଗ୍ମ ଭାବରେ ଏହି ଶିବିରରେ ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣି ଓ ସମାଧାନ କରିଥିଲେ ।
ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଡି ଏସ୍ ପି କନକ ମାଝି
ପ୍ରମୁଖ ଉପସ୍ଥିତ ଥିଲେ ।
ଶିବିରରେ ମୋଟ ୬୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୧ଟି ବ୍ୟକ୍ତିଗତ ଏବଂ ୯ଟି ସାମୂହିକ ଅଭିଯୋଗ ଥିଲା । ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୦ ଟିର ତୁରନ୍ତ ସମାଧାନ କରାଯାଇଥିଲା ।
ଏଥିସହ ଅନେକ ହିତାଧିକାରୀଙ୍କୁ ମାସିକ ଅସହାୟ ଭତ୍ତା ମଞ୍ଜୁର କରାଯାଇଥିଲା। ସେହିପରି ତିନିଜଣ ଆବେଦନକାରୀଙ୍କୁ ମୋଟ ୧୩,୦୦୦ ଟଙ୍କାର ଆର୍ଥିକ ସହାୟତା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା ।
ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଗ୍ରାମ, ସହର, ବସତି ମାନଙ୍କରେ ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି ଓ ଜଳବନ୍ଦୀ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମୟାନୁବର୍ତ୍ତିତା ସହିତ ସମର୍ପିତ ଭାବରେ ଜନସାଧାରଣଙ୍କୁ ସମସ୍ତ ମୌଳିକ ସେବା ଯୋଗାଇ ଦେବା ପାଇଁ ସେ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।
ବିଡ଼ିଓ ଯୁଗଳ କିଶୋର ବିଶ୍ବାଳ , ତହସିଲଦାର ଅନିତା କୁମାରୀ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ସୁଧର୍ମା ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।




