Odisha News

ସମବାୟ ମନ୍ତ୍ରଣାଳୟ ଭାରତ ସରକାରଙ୍କ ୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୭: ଶନିବାର ଉପନିବନ୍ଧକ ସମବାୟ ସମିତି ସମୂହ ଖୋରଧା ବିଭାଜନ ଖୋରଧାଙ୍କ ଅନୁକୁଲ୍ୟରେ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରକ୍ତଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ସମବାୟ ସପ୍ତାହ -୨୦୨୬ ରେ ପ୍ରତି ଜିଲ୍ଲାରେ ଏକ ରକ୍ତଦାନ ଶିବିର କରି ରକ୍ତ ର ଅଭାବକୁ କିଂଚିତ ଭାବରେ ଲାଘବ କରିବାକୁ ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ପ୍ରତି ଜିଲ୍ଲା କୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ।
ଉକ୍ତ ରକ୍ତଦାନ ଶିବିରକୁ ଖୋରଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀଯୁକ୍ତ ଅଭିଷେକ ସିଂହ ସାମନ୍ତ ଓ ଶ୍ରୀମତୀ ଅଲକାନନ୍ଦ ଜେନା,ଉପନିବନ୍ଧକ ସମବାୟ ସମିତି ସମୂହ ଖୋରଧା ବିଭାଜନ ଆନୁଷ୍ଠାନିକ ଭାବରେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।
ଉକ୍ତ ଶିବିରରେ ସମ୍ପାଦକ ଶ୍ରୀ ସାରଥୀ ଶତପଥୀ , ଖୋରଧା ଝକ୍ସ.ଇଜଉଝ ଭାଗବତ ମାରାଣ୍ଡି ,ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ , ଶ୍ରୀ ତପନ ଦାସ ,ଏହି ଶିବିରରେ ଉପସ୍ଥିତ ଥିଲେ।
ଏହି ଶିବିରକୁ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡାକ୍ତର ସୌରଭ ସୁନ୍ଦର ରାୟ,ଅରୁଣ ସାହୁ,ଅର୍ଜୁନ ସାହୁ, ଝୁନିଲତା ସାହୁ ,ଝାନ୍ସୀରାଣୀ ପାତ୍ର,ଲଷ୍ମୀପ୍ରିୟା ପ୍ରଧାନ ପରିଚାଳନା କରିଥିଲେ ।
ବ୍ୟାଙ୍କର କର୍ମଚାରୀ ସ୍ଥିତ ପ୍ରଜ୍ଞା ଚମ୍ପତିରାୟ , ଚିନ୍ତାମଣି ମୁଦୁଲି, ସମିତି କର୍ମଚାରୀ ଓ ସ୍ବେଛାସେବୀ ମାନେ ଆସି ରକ୍ତଦାନ କରିଥିଲେ ।
ବ୍ୟାଙ୍କର ସମ୍ପାଦକଙ୍କ ଧର୍ମପତ୍ନୀ ଶ୍ରୀମତୀ ବେବିଲତା ଶତପଥୀ ଉକ୍ତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ସହିତ ଉପସ୍ଥିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜ୍ୟୋତିରଞ୍ଜନ ରାଉତରାୟ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।
ସମିତିର ବରିଷ୍ଠ ସମ୍ପାଦକ ଝଜ ସାମନ୍ତରାୟ ଓ ସମସ୍ତ ସମ୍ପାଦକ ଉପସ୍ଥିତ ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଶେଷରେ ସଭାପତି ଶ୍ରୀଯୁକ୍ତ ସାମନ୍ତ ସିଂହାର ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

Related Posts