Odisha News

ଲାଞ୍ଚ ନେଉଥିଲେ କିରାଣି ବାବୁ, ମାଡ଼ି ବସିଲା ଭିଜିଲାନ୍ସ

ଖୋର୍ଦ୍ଧା, ୧୩/୧୧: ଲାଞ୍ଚ ନେବା ଜଣେ ସରକାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ଖୋର୍ଦ୍ଧା ବ୍ଲକ୍ ଶିକ୍ଷାଧିକାରୀ କାଦ୍ଦ୍ନ୍ଳ୰ଳୟର ଜୁନିୟର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।
ଜଣେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ବେତ୍ତନ ସମ୍ପର୍କିତ କାଦ୍ଦ୍ନ୍ଳ କରିବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୬୦୦୦ ଟଙ୍କା ଜବତ କରାଯାଇଛି ।
ଅଭିଯୋଗକାରୀଙ୍କର ଭଉଣୀ ବିଜୟିନୀ ତ୍ରିପାଠୀ ଜଣେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ । ପଲ୍ଲା କୋଣାର୍କ ନଗରର ବିଜୟିନୀ ତ୍ରିପାଠୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରିବାର ଥିଲା ।
ତାଙ୍କର ବର୍ଦ୍ଧିତ ବେତନର ଅଲଗା ଅଲଗା ବିଲ୍ ପାସ କରିବାର ଥିଲା । ଏଥିପାଇଁ ବିଇଓ କାଦ୍ଦ୍ନ୍ଳ୰ଳୟରେ କାଦ୍ଦ୍ନ୍ଳରତ କନିଷ୍ଠ ସହକାରୀ ଅଧିକାରୀ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବାବେଲେ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଅଧିକ ପଚରାଉଚରା କରିଛି ।

Related Posts