ରଥଯାତ୍ରାରେ ଘଟିଥିବା ତୃଟି ପାଇଁ ଜଗନ୍ନାଥ ପ୍ରେମୀଙ୍କୁ କମିଟିର କ୍ଷମାପ୍ରାର୍ଥନା
ଗୁଲାମ୍ ଗସ୍ଙ୍କ ରିପୋର୍ଟ
ଯାଜପୁର/ଧର୍ମଶାଳା,୧୯/୭ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁମାରୀ, ଦେଉଳୀ ଓ ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଟ୍ରାକ୍ଟରରେ ଜଗନ୍ନାଥଙ୍କ ମୁର୍ତୀରଖାଯାଇ ନୃତ୍ୟ ପ୍ରଦର୍ଶନ କରାଯିବା ଘଟଣାକୁ ଉଭୟ ମନ୍ଦିର କମିଟି ଓ ମୁନସୀ ମେଲଣ କମିଟି ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି । ସୂଚନା ଯୋଗ୍ୟ ଯେ ଗତ ୧୬ ତାରିଖରେ ଅନୁଷ୍ଠିତ ରଥଯାତ୍ରାରେ ଏକ ଟ୍ରାକ୍ଟରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମୃର୍ତି ରଖାଯାଇ ତା ସମ୍ମୁଖରେ ସାଂସ୍କୃତିକ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହା ସାଧାରଣ ଲୋକମାନଙ୍କ ସମେତ ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଥିଲା ।
ସେହିପରି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରାଜା ହୋଇ ଛେରା ପହଁରା କରିବା ଘଟଣାକୁ ନେଇ ବିରୋଧିମାନେ ଟାହି ଟାପରା କରିବା ସହିତ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଅକଥନୀୟ ଭାଷା ପ୍ରୟୋଗ କରିଥିଲେ । ଏହାର ସ୍ପଷ୍ଟି କରଣ ନେଇ ଆଜି ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ମନ୍ଦିର କାମିଟି ଓ ମୁନସୀ ମେଲଣ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମଳନୀ ଡକାଯାଇ ସ୍ପଷ୍ଟି କରଣ ଦିଆଯାଇଛି ।
ପ୍ରଥମତ ଟ୍ରାକ୍ଟରରେ ଶ୍ରୀ ଜିୟୁଙ୍କ ମୁର୍ତୀ ରଖାଯାଇ ସାଂସ୍କୃତିକ କଳାକାର ମାନଙ୍କ ପକ୍ଷରୁ ନୃତ୍ୟ ପ୍ରଦର୍ଶନକୁ ଉଭୟ କମିଟି ପକ୍ଷରୁ ନିନ୍ଦା କରାଯିବା ସହ କମିଟି ଅଗୋଚରରେ ସାଂସ୍କୃତିକ ପାର୍ଟି ତରଫରୁ କାର୍ଯ୍ୟକ୍ରମକୁ ଆତିରଂଜିତ କରିବା ଲାଗି ସୋଲରେ ତିଆରୀ ଠାକୁରଙ୍କ ମୁର୍ତୀକୁ ରଖାଯାଇ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ମନ୍ଦିର କମିଟିର ଅଜାଣତରେ ଘଟିଥିବା ଏଭଳି ଘଟଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ କରିଛି ।
ସେଥିଲାଗି କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁଲ ମଗାଯିବା ସହିତ ଆଗକୁ ଏଭଳି ଭୁଲ ହେବ ନାହିଁ ବୋଲି କ୍ଷମାପ୍ରାର୍ଥନା କରାଯାଇଛି ।
ସେହିପରି ଧର୍ମଶାଳା ବିଧାୟକ ରାଜାବେଶ ହୋଇ ଛେରା ପହଁରା କରିବା ଘଟଣାକୁ ବିଭିନ୍ନ ବିରୋଧି ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇ ବିଧାୟକଙ୍କ ବିରୁଦ୍ଧରେ ଅପସବ୍ଦ ବ୍ୟବହର କହୁଛନ୍ତି ।
ଘଟଣା ଅନୁଯାୟୀ କୌଣସି କାରଣକୁ ନେଇ ଚଳିତ ବର୍ଷ ଉଭୟ କମିଟି ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀଙ୍କ ନିଷ୍ପତି କ୍ରମେ ଛେରା ପହଁରା ଲାଗି ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟ କରିବାକୁ ବିଧାୟକ ଅରାଜି ହୋଇଥିଲେ ।
ତାସତ୍ୱେ ମଧ୍ୟ ରାଜା ହୋଇ ଛେରାପହଁରା କରିବାକୁ କମିଟି ସଦସ୍ୟମାନେ ବିଧାୟକ ଶ୍ରୀ ସାହୁଙ୍କ ଉପରେ ଚାପ ପକାଇ ରାଜି କରାଇଥିଲେ । ଅନ୍ୟପଟେ ଅନେକ ମନ୍ଦିରରେ ବିଧାୟକମାନେ ଛେରା ପହଁରା କରୁଥିବାର ପରମ୍ପରା ରହିଥିବା ବେଳେ ବିରୋଧିମାନେ ଇର୍ଷାନ୍ୟୁତ ହୋଇ ସୋସିଆଲ ମିଡିଆରେ କଦର୍ଥ କରିବାକୁ ଅପଚେଷ୍ଟା କରିବା ସହିତ ଅଯଥା ରାଜନିତି କରୁଛନ୍ତି ।
ଏଥିରେ ସେମାନେ କେବେହେଲେ ସଫଳ ହେବେ ନାହିଁ ବୋଲି କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସଦ୍ମିଳନୀରେ ଭାଲୁଖାଇ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି ଇଂ କଳ୍ପତରୁ ସାହୁ, ସମ୍ପାଦକ ମନୋଜ ରଣା, ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ ଓ ଧର୍ମଶାଳା ମୁନସୀମେଲଣ କମିଟିର କାର୍ଯ୍ୟକାରୀ ସଭାପତି ଜଳଧର ମହନ୍ତି ଏବଂ କୋଷାଧ୍ୟକ୍ଷ ମନୋଜ ରାଉଳ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ରଖିଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେଠାରେ ପଣ୍ଡିତ ଅଲୋକ ପଣ୍ଡା ସମେତ ମନ୍ଦିର କମିଟିର ସଦସ୍ୟ, ଜିତେନ୍ଦ୍ର ରାଉତ, ରାଜେଶ କୁମାର ପାଳ,ଅଭୟ କୁମାର ରାଉତ,ଜ୍ଞାନେନ୍ଦ୍ର ରାଉତ, ଶ୍ରୀନିବାସ ଜେନା, ଚିତ ରଞ୍ଜନ ଦାସ, ବୀର କିଶୋର ପାଢୀ, ସୁନିଲ କୁମାର ରାଉତରାୟ ଓ ମୁନସୀ ମେଲଣ କମିଟିର ବିଚିତ୍ର ସ୍ୱାଇଁ , ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।




