Odisha News

ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ

ଝାରସୁଗୁଡା,୮/୨: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ ।
ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି । ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି ।
ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି । ଉଲ୍ଲେଖ ଥାଉ କି ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
ଆଉ ପୁଣି ରିମାଣ୍ଡରେ ନେଇ କିଛି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ନିବେଦନ କରିଥିଲା । ଯାହାକୁ କୋର୍ଟ ଅନୁମତି ଦେଇଥିଲେ ।
ଉଲ୍ଲେଖଥାଉକି, କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ପରେ ପୁଣି ୪ ଦିନ ରିମାଣ୍ଡ ବୃଦ୍ଧି କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି କୋର୍ଟରେ ହାଜର କରିଥିଲା ।
ଅନ୍ୟପଟେ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ କାରଣ ଏବେ ବି ରହସ୍ୟ ଘେରରେ ରହିଛି । ସେହିପରି ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରି ହତ୍ୟା କଲା, ସେସବୁ ବଖାଣିବା ସହିତ ଗତକାଲି ଆଉଥରେ (ସିନ୍ ରିକ୍ରିଏସନ୍) କରି ପୁଲିସ ଏଏସ୍ଆଇ ଗୋପାଳ ଦାସ ଦେଖାଇଥିଲା।

Related Posts

Seo wordpress plugin by www.seowizard.org.