Odisha News

ଦୋକାନରୁ ଘରକୁ ଫେରୁଥିଲେ, ଅଧାବାଟରୁ ସୁନା ଭର୍ତ୍ତି ବ୍ୟାଗ୍ ଲୁଟ୍ ନେଲେ ଲୁଟେରା

ଯାଜପୁର, ୨/୩ : ପୁଣି ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ସୁନା ବ୍ୟାଗ୍ ନେଇଗଲେ ୫ରୁ ୬ ଜଣ ଦୁର୍ବୃତ୍ତ । ଏପରି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରାଉତରାପୁର ମଠବାରୀ ନିକଟରେ ହୋଇଛି ।
ସୂଚନା ଅନୁସାରେ, ଜଣେ ସୁନା ବ୍ୟବସାୟୀ ବ୍ୟାଗ୍ ନେଇ ଯାଉଥିବାସମୟରେ ରାଉତରାପୁର ମଠବାରୀ ନିକଟରେ ୫ରୁ ୬ ଦୁର୍ବୃତ୍ତ ତାଙ୍କଠାରୁ ଲୁଟ କରିଛନ୍ତି ।
ଦୁର୍ବୃତ୍ତ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟଛନ୍ତି । ଏନେଇ ସୁନା ବ୍ୟବସାୟୀ ଥାନାରେ ଅଭିଯୋଗ କରିଥିଲେ । ସେମାନେ ଦେଢ଼ଶହ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଜାରି କରିଛି ।

Related Posts